Odisha news

ଆମେରିକା ମ୍ୟୁଜିୟମରୁ ହଟାଗଲା ଟ୍ରମ୍ପଙ୍କ ମୂର୍ତି , ଲଗାତାର ହେଉଥିଲା ଆକ୍ରମଣ

ନୂଆଦିଲ୍ଲୀ :ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ମହମରେ ତିଆରି ମୂର୍ତ୍ତିକୁ ଗୋଟିଏ ମିୟୁଜିୟମରୁ ହଟେଇ ଦିଆ ଯାଇଛି l ରେକସାସ ସହରରେ ଥିବା ଟ୍ରମ୍ପଙ୍କର ଏହି ମୂର୍ତ୍ତିଟି ଉତ୍ତର କୋରିଆର ଲିଡର କିମି ଜୋଙ୍ଗ ଓ ରୁଷର ରାଷ୍ଟ୍ରପତି ପୁତିନଙ୍କ ମଧ୍ୟରେ ଥିଲା l ମ୍ୟୁଜିୟମର ପ୍ରଶାସନ ପକ୍ଷରୁ କୁହାଯାଇଛି ଗତ କିଛି ମାସ ତଳରୁ ଟ୍ରମ୍ପଙ୍କ ମୂର୍ତି ଉପରେ ଲଗାତାର ଆକ୍ରମଣ ହୋଇ ଆସୁଥିଲା l

ତେଣୁ ପ୍ରଶାସନ ନିଷ୍ପତି ନେଲା ଯେ ମୂର୍ତ୍ତିଟିକୁ ହଟାଇବ l ମିଳିଥିବା ସୂଚନା ଅନୁସାରେ ଲୋକ ମାନଙ୍କର ଆକ୍ରମଣ ଦ୍ୱାରା ମୂର୍ତ୍ତିଟିର ମୁଖମଣ୍ଡଳରେ ଦାଗ ହୋଇ ଯାଇଥିଲା l ଅଧିକାରୀଙ୍କ ପକ୍ଷରୁ କୁହା ଯାଇଛି ଯେ ଯେତେବେଳେ କୌଣସି ରାଜନୈତିକ ଦଳର ସଦସ୍ୟଙ୍କ ମୂର୍ତି ଲାଗିଥାଏ ସେତେବେଳେ ଏହିଭଳି ବିବାଦ ଉପୁଜିବାର ସମ୍ଭାବନା ରହିଥାଏ l

ବର୍ତମାନ ଟ୍ରମ୍ପଙ୍କ ମୂର୍ତ୍ତିକୁ ଲୁଇସ ତୁଷାଦ ମହମ ଷ୍ଟୋରକୁ ସ୍ଥାନାନ୍ତର କରାଯାଇଛି l ଏଠାରେ ଟ୍ରମ୍ପଙ୍କ ମୂର୍ତ୍ତିଟି ସେତେବେଳ ପର୍ଯ୍ୟନ୍ତ ଲାଗିବନି ଯେତେବେଳେ ପର୍ଯ୍ୟନ୍ତ ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୂର୍ତ୍ତି ନ ଲାଗିଛି l  ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ ବାଇଡେନଙ୍କ ମୂର୍ତି ତିଆରି ଚାଲିଛି l ସୂଚନା ଯୋଗ୍ୟ ଯେ ଗତ କିଛିମାସ ତଳେ ଟ୍ରମ୍ପଙ୍କ ସମର୍ଥକ ମାନଙ୍କ ଦ୍ୱାରା ଆକ୍ରମଣ ହେବା ପରେ ତାଙ୍କର ଲୋକ ପ୍ରିୟତା କମି ଯାଇଛି l

Comments are closed.