Odisha news

ଭଦ୍ରକ ଜିଲ୍ଲରେ ପୁଣି ଲାଗୁ ହେଲା ୬୦ଘଣ୍ଟିଆ “ସର୍ଟଡାଉନ’ କଟକଣାରେ କୋହଳ : ଢାବା ଗୁଡିକ ପାର୍ସଲ ଖାଦ୍ୟ ଦେବେ, ତିହିଡି ଅତରିକ୍ତ ତହସିଲଦାର ନିଲମ୍ବିତ

0

ଭଦ୍ରକ : କୋଲକତା ଫେରନ୍ତାଙ୍କ ଯୋଗୁଁ ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ଏହାକୁ ଲକ୍ଷ୍ୟ କରି ସରକାରଙ୍କ ଜିଲ୍ଳାରେ ଆଜି ରାତି ୧୦ଟାରୁ ଆସନ୍ତା ରବିବାର ସକାଳ ୧୦ଟା ଯାଏଁ ଅର୍ଥାତ ୬୦ଘଣ୍ଟାକାଳ ସର୍ଟଡାଉନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲା ପ୍ରଶାସନ ଲକଡାଉନ କୁ ଆଜି କିଛି ମାତ୍ରାରେ କୋହଳ କରିଛନ୍ତି । ଏହି କଟକଣା କୋହଳ ଜିଲ୍ଳାର ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକର କଣ୍ଟେନମେଣ୍ଟ ଅଞ୍ଚଳରେ ଲାଗୁ ହେବ ନାହିଁ । ଜାତୀୟ ରାଜପଥରେ ଯାତାୟତ କରୁଥିବା ମାଲବାହୀ ଟ୍ରକ ଓ ଅନ୍ୟ ଅମୁମତିପ୍ରାପ୍ତ ଯାନବାହାନ ଗୁଡିର ଡ୍ରାଇଭର, କର୍ମଚାରୀମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା ପାଇଁ ଜାତୀୟ ରାଜପଥ ପାଶ୍ୱର୍ସ୍ତ ଜିଲ୍ଲାର ଆଖୁଆପଦା ଠାରୁ ରାଣୀତାଲ ମଧ୍ୟରେ ଥିବା ଢାବା ଗୁଡିକ ଖୋଲା ରହିବ । ତେବେ ଯେଉଁ ଢାବା ଗୁଡିକରେ ବସି ଖାଇବାର ବ୍ୟବସ୍ଥା ଥିବ ଓ ଟଏଲେଟର ସୁବିଧା ନଥିବ ସେଗୁଡିକୁ ଅନୁମତି ମିଳିବ ନାହିଁ । ଏଥିପାଇଁ ଭଦ୍ରକ, ଭଣ୍ଡାରିପୋଖରୀ ତହସିଲଦାରଙ୍କ ଏସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବା ପରେ ଢାବା ଗୁଡିକ ଖୋଲାଯିବ । ଏହି ଢାବା ଗୁଡିକରେ ଲୋକଙ୍କୁ କେବଳ ଖାଦ୍ୟ ସାମଗ୍ରୀ ପାର୍ସଲ ଆକାରରେ ଦିଆଯିବା ସହ ଟଏଲେଟର ବ୍ୟବସ୍ଥା ଥିବ । ପିଲାମାନଙ୍କ ପାଡପଢା ପାଇଁ ବହି ଦୋକାନ ଗୁଡିକ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରତିଦିନ ଖୋଲାରହିବ । ସେହିଭଳି ମୋବାଇଲ ରିଜାର୍ଜ ସେଣ୍ଟର ସକାଳ ୬ରୁ ଦିନ ୧ଟା ଖୋଲା ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେବଳ ଫ୍ୟାନ ବିକ୍ରି କରୁଥିବା ଇଲେକଫ୍ରି ଦୋକାନ ଗୁଡିକ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଖୋଲାରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ, ମନରେଗା ଓ ଆଇଏଚଏଚଏଲ୍‍ ଗୁଡିକ ଭଳି ସରକାରୀ ଉନ୍ନୟନମୂଳକ କାର୍ଯ୍ୟଗୁଡିକ କଣ୍ଟେନମେଣ୍ଟ ଅଞ୍ଚଳ ବ୍ୟତୀତ ଚାଲୁରହିବ । ସେହିଭଳି ଚାଷୀ, ସ୍ୱୟଂସହାୟକ ଗୋଷ୍ଠୀଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ସ୍ୱଳ୍ପ ମିଆଦି ଋଣ ଯୋଗାଇ ଦିଆଯିବା ପାଇଁ ଗତକାଲି ଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ କୃଷି, ମସି୍ୟ, ପଶୁ ଓ ବ୍ୟାଙ୍କ କର୍ତ୍ତୃପକ୍ଷମାନଙ୍କର ଏକ ସମନ୍ୱୟ ବୈଠକ ବସି ସ୍ୱଳ୍ପ ମିଆଦି ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଅର୍ବା େଓ୍ୱଜ ଏମ୍ପଲୟମେଣ୍ଟ ଇନିସେଟିଭ୍‍ ଯୋଜନାରେ ବାସୁଦେବୁପର ସହରାଞ୍ଚ ବ୍ୟତୀତ ଶ୍ରମଭିତ୍ତିକ କାର୍ଯ୍ୟ ଚାଲୁ ରହିବ । ଅନ୍ୟପକ୍ଷେ ଖୋଲା ରହୁଥିବା ଢାବାର ଶୌଚଳୟ ଗୁଡ଼ିକୁକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହିତ ଏହାକୁ ସାନିଟାଇଜ କରାଯିବ ଏବଂ ସମସ୍ତ କ୍ଷେତ୍ରରେ ସାମାଜିକ ଦୂରତ୍ୱ ଆଇନକୁ କଡାକଡ଼ି ପାଳନ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ କୋବିଡ଼ -୧୯ କାଯର୍‍ୟରେ ଅବହେଳା କାରଣରୁ ତିହିଡ଼ିର ଅତିରିକ୍ତ ତହସିଲଦାର ଶେ୍ୱତପଦ୍ମା ଧଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

Leave A Reply