Odisha news

ଧାମରା ବନ୍ଦରରେ ଅଘଟଣ: କନଭେୟର ବେଲଫରେ କଟି ଯୁବକ ମୃତୁ୍ୟ ପରିବାର ଆଣିଲେ ହତ୍ୟା ଅଭିଯୋଗ

0

ଧାମରା :ଧାମରା ବନ୍ଦର ରେ ପୁଣି ଏକ ଅଘଟଣ ଘଟି ଜଣେ ଶ୍ରମିକ ର ମୃତ୍ୟì ହୋଇଛି । ଆଜି ଦିନ ୨ଟା ସମୟରେ ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଓରାସାହି ପଞ୍ଚାୟତ ଅଧିନସ୍ଥ କସ୍ତୁରୀକଣ ଗ୍ରାମର ପ୍ରମୋଦ ପରିଡା(୩୫) ଧାମରା ବନ୍ଦର ମଧ୍ୟରେ ଥିବା କନଭେୟର ବେଲଫ ସିଷ୍ଟମରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଏହି ବେଲଫ ଲାଇନ ଚାଲୁ ହୋଇଯାଇଥିଲା । ଫଳରେ ପ୍ରମୋଦ କନଭେୟର ବେଲଫ ସିଷ୍ଟମରୁ ବାହାରି ପାରି ନଥିଲେ ଏବଂ ସେହି ବେଲଫ ସିଷ୍ଟମରେ ଚାପି ଯାଇ ମୃତ୍ୟ ବରଣ କରିଥିଲେ । ବନ୍ଦର କର୍ତ୍ତୃପକ୍ଷ ପ୍ରମୋଦର ଶବକୁ ସଙ୍ଗେ ସଙ୍ଗେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ପ୍ରମୋଦର ପିତା ମହେଶ୍ୱର ପୁଅର ମୃତ୍ୟì ଖବର ପାଇ ଧାମରା ଆସିବା ପୂର୍ବରୁ କେଉଁ ପରିସ୍ଥିତିରେ ତାଙ୍କ ପୁଅ(ପ୍ରମୋଦ)ର ଶବକୁ ଭଦ୍ରକ ମେଡିକାଲକୁ ବନ୍ଦର କର୍ତୁପକ୍ଷ ସ୍ଥାନାନ୍ତରିତ କଲେ ତାହା ସନ୍ଦିହାନୀ ହୋଇ ପଡିଛି । ଅନ୍ୟ ପକ୍ଷରେ ବନ୍ଦର କର୍ତୁପକ୍ଷ ଜାଣିଶୁଣି ତାଙ୍କର ପୁଅକୁ ମାରି ଦେଇଛନ୍ତି ବୋଲି ସେ ନିଜର ପ୍ରତିକ୍ରିୟା ରଖିଛନ୍ତି

Leave A Reply