କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ର ଅପେକ୍ଷା ରହିଛି ୮ମ ବେତନ କମିଶନ ର, ପ୍ରତ୍ୟେକ ଦଶ ବର୍ଷରେ କେନ୍ଦ୍ରୀୟ କର୍ମଚାରୀ ମାନଙ୍କର ଓ ପେନ୍ସନ ଉପଭୋକ୍ତା ମାନଙ୍କର ଦରମା ରିଭିଜନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେତନ ଆୟୋଗ ଗଠନ କରାଯାଇଥାଏ l ଚଳିତ ବର୍ଷ ଆରମ୍ଭ ରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ପକ୍ଷରୁ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ଦିଆଯାଇଥିଲା l ଆଶା ରହିଛି ଯେ ୨୦୨୭ ରେ ଏହାକୁ ଲାଗୁ କରାଯିବ l
ଏହାପରେ ଦେଶ ସାରା କେନ୍ଦ୍ରୀୟ କର୍ମଚାରୀ ଙ୍କ ସାଲାରୀ ଷ୍ଟ୍ରକ୍ଚର ରେ ପରିବର୍ତ୍ତନ ହେବ, ସୂଚନା ଯୋଗ୍ୟ ଯେ ଚଳିତ ଥର କେନ୍ଦ୍ରୀୟ କର୍ମଚାରୀ ଙ୍କ ବେତନ ରେ ଜବରଦସ୍ତ ବୃଦ୍ଧି ହେବ l ୨୦୧୬ ରେ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା l
କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ବେତନ କମିଶନ ନିର୍ଧାରଣ କରିଥାଏ ଯେ କେଉଁ ସ୍ତରର କର୍ମଚାରୀ ଙ୍କର କେତେ ବେତନ ବୃଦ୍ଧି ହେବ ? ସୂଚନା ଯୋଗ୍ୟ ଯେ କେନ୍ଦ୍ରୀୟ ସେଣ୍ଟ୍ରାଲ ପେ କମିଶନ ଚଳିତ ଥର ଫିଟ ମେଣ୍ଟ ଫ୍ୟାକ୍ଟର ୨.୫୭ ରୁ ବୃଦ୍ଧି ହୋଇ ୨.୮୬ କରାଯାଇ ପାରେ l
ଉଦାହରଣ ସ୍ୱରୂପ ଯଦି କୌଣସି ବ୍ୟକ୍ତିର ବେତନ ୧୮ ହଜାର ଅଛି ତେବେ ଅଷ୍ଟମ ବେତନ କମିଶନ ଲାଗୁ ହେବା ଦ୍ୱାରା ୫୧ , ୪୮୦ ଟଙ୍କା ହେବ l ଯାହାକି ୨୦୨୭ ରେ ଅଷ୍ଟମ ବେତନ କମିଶନ ଲାଗୁ ହେଲେ ଏହା କେନ୍ଦ୍ରୀୟ କର୍ମଚାରୀ ଙ୍କୁ ଖୁବ ଲାଭ ମିଳିବ l
