ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ବିଶ୍ୱବିଦିତ। ଧର୍ମପରାୟଣତାରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ରହିଛି ସାରା ଦୁନିଆଁରେ । ଭାଇଚାରା, ଚାଲିଚଳନ, ଆଦର୍ଶ ଓ ସଂସ୍କୃତିକୁ ବେଶ ମହତ୍ତ୍ୱ ଦେଇଥାନ୍ତି ଓଡ଼ିଆ । ପ୍ରତ୍ୟେକ ଓଷା, ବ୍ରତ ଓ ପର୍ବ ପାଳନ ପଛରେ ରହିଛି ଏକ ଆଦର୍ଶବାନ ଚରିତ୍ର । ଏହି ଧାରା କେଉଁ ଆବାହମାନ କାଳରୁ ଚାଲି ଆସିଛି, ଆଗକୁ ମଧ୍ୟ ବଜାୟ ରହିବ । ଓଷା, ବ୍ରତ ଦ୍ୱାରା ଚିତ୍ତ ଶୁଦ୍ଧି ହୋଇଥାଏ । ପ୍ରେମ, ଶ୍ରଦ୍ଧା, ସମର୍ପଣ ଓ ତ୍ୟାଗର ଭାବ ନଥିଲେ ଓଷା, ବ୍ରତ ଫଳପ୍ରସୁ ହୁଏନି । ତେଣୁ ଆଚରଣକୁ ମାର୍ଜିତ କରିବା ପାଇଁ ଆମେ ପାଳନ କରୁଛୁ ୧୨ ମାସରେ ୧୩ ପରବ । ତେଣୁ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଡ଼ିଆ ବୋହୂଟିଏ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରେ । ସାବିତ୍ରୀ ହେଉଛନ୍ତି ମାତୃଦେବୀଙ୍କ ଅବତାର । ସେ ଅବନ୍ତୀରାଜ ଦୁ୍ୟମତେସେନଙ୍କ ପୁଅ ବତ୍ୟବାନଙ୍କୁ ବିବାହ କରିଥିଲେ । ହେଲେ ଆଜିର ଦିନରେ ସତ୍ୟବାନଙ୍କ ମୃତୁ୍ୟ ଘଟିଥିଲା ।
ସାବିତ୍ରୀ ଥିଲେ ଦୁହିତା । ପରମ ସତୀ । ଯମରାଜ ବି ସାବିତ୍ରୀଙ୍କ ସତିତ୍ୱ ଆଗରେ ହାର ମାନି ସତ୍ୟବାନଙ୍କୁ ଜୀବନ ଦାନ ଦେଇଥିଲେ । ସତ୍ୟବାନ ରୂପୀ ପତି ଦେବଙ୍କ ସୁରକ୍ଷା ନିମନ୍ତେ ପତିବ୍ରତା ନାରୀ ସାବିତ୍ରୀଙ୍କ ତ୍ୟାଗ ଆମ ସମାଜରେ ପତି-ପନିୀଙ୍କ ମଧ୍ୟରେ ଥିବା ତ୍ୟାଗ, ପ୍ରେମ ଓ ବିଶ୍ୱାସର ଧାରାକୁ ବଳବତ୍ତର ରଖିଛି ।