Odisha news

୭ମ ବେତନ କମିଶନ : କେନ୍ଦ୍ରୀୟ କର୍ମଚାରୀଙ୍କ ର ଲାଗିଲା ଲଟେରୀ , ପ୍ରତି ମାସରେ ହେବ ଏତିକି ବୃଦ୍ଧି

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସରେ ମହଙ୍ଗା ଭତା ବୃଦ୍ଧି ହେବାର ଘୋଷଣା କରାଯାଇ ଥିଲା l ସେହି ସମୟରେ ସରକାର ଙ୍କ ପକ୍ଷରୁ ୪ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରାଯାଇ ଥିଲା l ଏହାପରେ ଦରଦାମ ରେ ବୃଦ୍ଧି ଅଧିକ ଦେଖା ଯାଇଥିଲା l ତେଣୁ ପୁନର୍ବାର ମହଙ୍ଗା ଭତା ବୃଦ୍ଧି ହେବାର ବୈଠକ କରାଯାଇଛି l

ବର୍ଦ୍ଧିତ ଦରଦାମ ବୃଦ୍ଧି ଦ୍ୱାରା କେନ୍ଦ୍ରୀୟ କର୍ମଚାରୀ ମାନଙ୍କର ମହଙ୍ଗା ଭତା ବ୍ରୁଧି ପ୍ରତିକୂଳ ପ୍ରଭାବ ପକାଇ ନାହିଁ l ତେଣୁ ପୁନର୍ବାର ବୃଦ୍ଧି ପାଇଁ ବୈଠକ ହୋଇଛି l ଏହା କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ର ଗୋଟିଏ ଭାଗ ଅଟେ l ୭ମ ବେତନ କମିଶନ ଅନୁସରେ ୨ଥର ବୃଦ୍ଧି ହୋଇ ପାରିବ ମହଙ୍ଗା ଭତା l

କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷରେ ୨ ଥର ବଜାରର ଦରଦାମ କୁ ତଦାରଖ କରାଯାଇ ଥାଏ l ଗୋଟିଏ ଥର ଜାନୁଆରୀ ମାସରେ ଓ ଆଉ ଗୋଟିଏ ଥର ଜୁଲାଇ ମାସରେ l ପ୍ରଥମ ଥର ମହଙ୍ଗା ଭତା ର ଘୋଷଣା ମାର୍ଚ୍ଚ ରେ ହୋଇଥିଲେ ସୁଧା କେନ୍ଦ୍ରୀୟ କର୍ମଚାରୀ ମାନେ ଏହାର ସୁଵିଧା ଜାନୁଆରୀ ମାସରୁ ପାଇ ଆସୁଥିଲେ l କେନ୍ଦ୍ର ରେ ମହଙ୍ଗା ଭତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଲ ଇଣ୍ଡିଆ କଂଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ର ସାହାରା ନେଇ ଥାଆନ୍ତି l

Leave A Reply