ପବନରେ ଚାଲୁଥିବା ବାଇକ୍ ଏବେ ଚର୍ଚ୍ଚାର ପ୍ରସଙ୍ଗ ହେବା ସହ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏ ବାଇକ୍କୁ ଲକ୍ଷ୍ମୌ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ୍ ସାଇନ୍ସର ମହାନିର୍ଦ୍ଦେଶକ ପ୍ରଫେସର ଭରତ ରାଜ ସିଂହ ପ୍ରସ୍ତୁତ କରିଛନ୍ତି । ବାଇକ୍ରେ ଲାଗିଥିବା ସିଲିଣ୍ଡରରେ ପବନ ଭର୍ତ୍ତି କରାଯାଏ । ଏଥିପାଇଁ କେବଳ ୫ ଟଙ୍କା ଖର୍ଚ୍ଚ କରିବାକୁ ହୁଏ । ସେହି ପାଞ୍ଚ ଟଙ୍କା ଖର୍ଚ୍ଚରେ ୪୫ କିମି ପର୍ଯ୍ୟନ୍ତ ବାଟ ଏହା ଅତିକ୍ରମ କରିବାକୁ ସକ୍ଷମ । ଏହାର ବେଗ ଘଣ୍ଟା ପ୍ରତି ୭୦-୯୦ କିମି । ଲୋକଙ୍କୁ ଏ ବାଇକ୍ ଖୁବ୍ ପସନ୍ଦ ଆସିଛି । ଏହା ଛଡ଼ା ଭରତ ଏ ଟେକ୍ନିକ୍କୁ ନେଇ ଖୁବ୍ ଉତ୍ସାହିତ । ପେଟ୍ରୋଲ୍ – ଡିଜେଲ ଦର ବୃଦ୍ଧି ସମୟରେ ଏ ବାଇକ୍କୁ ଲୋକେ ନିହାତି ଗ୍ରହଣ କରିବେ ବୋଲି ଆଶା । ମେକ୍ ଇନ୍ ଇଣ୍ଡିଆ ଜରିଆରେ ବାଇକ୍କୁ ଆଗକୁ ନେବାର ଲକ୍ଷ୍ୟ ରଖାଯାଇଛି ।