ପ୍ରବାସୀ ଶ୍ରମିକଙ୍କ ଉପରେ ଲକ୍ଡାଉନ୍ ସର୍ବାଧିକ ପ୍ରଭାବ ପକାଇଛି । ଉତ୍ତର ପ୍ରଦେଶ କନୌଜ ଜିଲ୍ଲାର ଫତେହପୁର ଜସେଦା ନିବାସୀ ଶ୍ରୀରାମ ଶାଦି ଓ ତାଙ୍କ ସ୍ତ୍ରୀ ଗୁzୀ ଦେବୀ ତାମିଲନାଡ଼ୁରେ କୁଲ୍ଫି ବିକୁଥିଲେ । ଲକ୍ଡାଉନ୍ ଯୋଗୁ ସ୍ତ୍ରୀ ଓ ୯ ପିଲାଙ୍କୁ ନେଇ ଘରକୁ ଫେରିଆସିଲେ । ଭୂମିହୀନ ଶ୍ରୀରାମଙ୍କର ରାଶନ କାର୍ଡ଼ ବି ନାହିଁ । କାମ ନ ଥିବାରୁ ରୋଜଗାର କରି ନ ପାରି ପିଲାଙ୍କ ପେଟରେ ଆହାର ଦେଇପାରିଲେ ନାହିଁ। ପିଲାମାନେ ରୋଗରେ ପଡ଼ିଲେ । ତାଙ୍କୁ କୌଣସି ପ୍ରକାର ସହାୟତା ନ ମିଳିବାରୁ ସ୍ତ୍ରୀର ପାଉଞ୍ଜି ବିକି ରାଶନ ଓ ଔଷଧ କିଣିଛନ୍ତି ।