ମଧ୍ୟ ପ୍ରଦେଶ : ମଧ୍ୟ ପ୍ରଦେଶ ସରକାର ଅନ୍ଲକ୍ ୧.୦ରେ ନୂଆ ନିୟମ ଲୋକଙ୍କ ପାଇଁ ଜାରି କରିଛନ୍ତି । ସିସିଟିଭି କ୍ୟାମେରାରେ ଲୋକଙ୍କ ମୁହଁ ରେକର୍ଡ କରିବା ପାଇଁ ସୁନା ଦୋକାନ, ଶୋ’ରୁମ୍, ଓ ବ୍ୟାଙ୍କରେ ମୁହଁରୁ ୩୦ ସେକେଣ୍ଡ ପାଇଁ ମାସ୍କ ହଟାଇବାକୁ ପଡ଼ିବ । ମାସ୍କ ମୁହଁରେ ରହିବା ଯୋଗୁ କାହାର ମୁହଁ ଜାଣି ହେଉ ନାହିଁ ଓ କ୍ୟାମେରାରେ ବି ମୁହଁ ଦେଖାଯାଉ ନାହିଁ । ମାସ୍କ ପିନ୍ଧିବା ଦ୍ୱାରା ଏ ସବୁ ସ୍ଥାନରେ ଅପରାଧୀ ସଂଖ୍ୟା ବଢ଼ିବ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ତଥା ଅପରାଧ ରୋକିବା ପାଇଁ ଏ ନିୟମ ଲାଗୁ ହୋଇଛି ।