ଭାରତୀୟ ପୁରାତନ ଚିକିତ୍ସା ପଦ୍ଧତି ରେ ଆୟୁର୍ବେଦ ର ରହିଛି ଅନେକ ମହତ୍ୱ, ଯାହାକି ଆମକୁ ଅନେକ ଗୁଡିଏ ରୋଗ ଠାରୁ ମଧ୍ୟ ଦୁରେଇ ରଖିବାରେ କରିଥାଏ ସାହାଯ୍ୟ, ଯେଉଁ ୫ଟି ଟିପ୍ସ ଆୟୁର୍ବେଦ ର କୁହାଯାଇଛି ତାହାକୁ ପ୍ରତ୍ୟେକ ବ୍ୟକ୍ତି ମାନିବା ନିହାତି ଜରୁରୀ l
– ପ୍ରତିଦିନ ଭୋର ୪.୩୦ ରୁ ୬ଟା ମଧ୍ୟରେ ଶଯ୍ୟା ତ୍ୟାଗ କରିବା ଆବଶ୍ୟକ, ଏହି ସମୟ ସବୁଠୁ ଶୁଦ୍ଧ ଓ ଉର୍ଜାବନ ସମୟ ଅଟେ, ଗୋଟିଏ ଅଧ୍ୟୟନ ଅନୁସାରେ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଏନର୍ଜି ବାଲାନ୍ସ ହୋଇଥାଏ, ମାନସିକ ସୁସ୍ଥତା ଲାଭ ହୋଇଥାଏ ଏବଂ ଶରୀର ର ବାୟୋଲୋଜିକାଲ କ୍ଳକ ନେଚର ଅନୁସାରେ କାମ କରିଥାଏ l
– ସକାଳୁ ଉଠିବା ମାତ୍ରକେ ଥଣ୍ଡା ପାଣିରେ ମୁହଁ ଓ ଆକ୍ଷି ଧୋଇବା ଜରୁରୀ ଅଟେ, ଏହି ପ୍ରକ୍ରିୟା ଶରୀର ରେ ସଂଚିତ ଟକ୍ସିନସ କୁ ବାହାର କରିବାରେ ଓ ଇନ୍ଦ୍ରିୟ କୁ ଜାଗୃତ କରିବାରେ ସାହାଯ୍ୟ କରିଥାଏ l ଏବଂ ମନ ଶାନ୍ତ ରହିବାରେ ସାହାଯ୍ୟ କରେ l
– ଆୟୁର୍ବେଦ ଅନୁସାରେ ସକାଳୁ ଜିଭ ସଫା କରିବା ଖୁବ ଜରୁରୀ ଅଟେ, ରାତିସାରା ଜିଭ ଉପରେ ଜମି ରହିଥିବା ଟକ୍ସିନସ କୁ ହଟାଇବା ନିହାତି ଜରୁରୀ, ସେଥିପାଇଁ ତମ୍ବା ର ଟଙ୍ଗ କଲିନର ବ୍ୟବହାର କରନ୍ତୁ, ଏହି ପ୍ରକ୍ରିୟା ମୁଖର ବ୍ୟାକ୍ଟେରିଆ କୁ କମ କରିଥାଏ l ତମ୍ବା ବ୍ୟବହାର କରିବା ଦ୍ୱାରା ପାଚନ ପ୍ରକ୍ରିୟା ଖୁବ ସହଜ ରେ ହୋଇଥାଏ, ନଚେତ ଆମେ ରୋଗ ରେ ପୀଡିତ ହେବା l
– ନିୟମିତ ପ୍ରାଣାୟାମ ଆୟୁର୍ବେଦ ର ଗୋଟିଏ ମହତ୍ଵପୁର୍ଣ ଅଂଶ, ଯାହା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ କୁ ମଜବୁତ କରିଥାଏ, ସକାଳ ସମୟ ରେ ଅଲୁଲମ ଵିଲୋମ କରିବା ଦ୍ୱାରା ମସ୍ତିସ୍କ କୁ ଅକ୍ସିଜେନ ମିଳିଥାଏ, ଫୁସଫୁସ ଡିଟକ୍ସ ହୋଇଥାଏ, ମାନସିକ ଚାପ ହ୍ରାସ ହୋଇଥାଏ l ୨୦୧୪ ରେ ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଥିଲା ଯେ ନିୟମିତ ଯୋଗ ଓ ପ୍ରାଣାୟାମ ଦ୍ୱାରା ଫୁସ ଫୁସ ର କ୍ଷମତା ବୃଦ୍ଧି ହୋଇଥାଏ l
– ଆୟୁର୍ବେଦ ଅନୁସାରେ ଭାରତୀୟ ମସଲା କେବଳ ତରକାରୀ ର ସ୍ୱାଦ ବଢ଼ାଇ ନଥାଏ ବରଂ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଶରୀର ପାଇଁ ଖୁବ ହିତକର, ପ୍ରତିଦିନ ସକାଳୁ ହଳଦୀ, ଅଦା , ଜୀରା କୁ ପାଣିରେ ଫୁଟାଇ ସେଥିରେ ଲେମ୍ବୁ ମିଶାଇ ଉଷୁମ ଉଷୁମ ସେବନ କରିବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ l ଏହିସବୁ ମସଲା ରେ ଥିବା ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣ ଓ ଆଣ୍ଟି ଅକ୍ସିଦାଣ୍ତ ଗୁଣ ଶରୀର କୁ ସଂକ୍ରମଣ ରୁ ରକ୍ଷା କରିଥାଏ ଏବଂ ଗମ୍ଭୀର ରୋଗ ରୁ ମଧ୍ୟ ଦୁରେଇ ରଖିଥାଏ l