ଡେଲାଙ୍ଗ-ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ତିରିମଲ ଠାରେ ଦୟାନଦୀ ଭିତରେ 33kv ବିଦ୍ୟୁତ ଖୁଣ୍ଟ ନଇଁ ଯିବା ଦ୍ୱାରା ଡେଲାଙ୍ଗ ଓ କଣାସ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଛି । ଏହାଦ୍ୱାରା 30 ହଜାର ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଡେଲାଙ୍ଗ ବ୍ଲକ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ, ବିଦ୍ୟୁତ ବିଭାଗ ର ଏଜୁକୁଟିଭ ଇଞ୍ଜିନିୟର,ଏସଡିଓ, ଯନ୍ତ୍ରୀଙ୍କ ଉପସ୍ଥିତ ରେ ବିଦ୍ୟୁତ ବିଭାଗ କର୍ମଚାରୀ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଯୁଦ୍ଧ କାଳୀନ ଭିତରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।ବିଧାୟକ ରୁଦ୍ରପ୍ରତାପ ମହାରଥି ,ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିସଙ୍କ ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିଧିମାନେ ଘଟଣାସ୍ଥଳର ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଖୁବ ଶୀଘ୍ର ବିଦ୍ୟୁତ ସଂଯୋଗ କରିବା ପାଇଁ ଦାବୀ କରିଛନ୍ତି।
