Odisha news

ନକଲି ଜର୍ଦା କାରଖାନା ଉପରେ ଚଢାଉ ଲକ୍ଷାଧୂକ ଟଙ୍କାର ଯନ୍ତ୍ରାଂଶ ଜବତ ଜବତ ।

0

ଭଦ୍ରକ ,୨୧ / ୦୮ : ଧାମନଗର ଅଂଚଳରେ ମଦ , ଗଞ୍ଜାଇ ଓ ଧଳା ଜହର ଆଦି ଘେରା ଓ ନକଲି ଭାବରେ ବିକ୍ରୟ ହେଉଥିବାବେଳେ ଅବକାରୀ ବିଭାଗ ଜାଣି ଅଜଣାପରି ଅଭିନୟ କରୁଛି । ହେଲେ ଏହି ସବୁ କଳାବେପାରକୁ ପୋଲିସ ହାତକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଧାମନଗର ଥାନାରେ ନୂଆକରି ଯୋଗଦେଇଥିବା ଥାନାଧିକାରୀ ବନମାଳି ବାରିକ ବିଭିନ୍ନ ସମୟରେ ଚଢାଉକରି ଚୋରା ବେପାରିଙ୍କୁ ଧରୁଥିବାବେଳେ ଧାମନଗର ଅଂଚଳରେ ଦୀର୍ଘବର୍ଷ ଧରି ଚାଲୁ ଥିବା ନକଲି ଜର୍ଦା କାରଖାନା ଉପରେ ଚଢାଉ କରି ବିପୁଳ ସଂଖ୍ୟାରେ ନକଲି ଜର୍ଦା ଜବତ କରିବା ସହ ଜଣକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଘଟଣାରୁ ପ୍ରକାଶ ଯେ , ଧାମନଗର ଥାନା ଠାରୁ ୫ଶହ ମିଟର ଦୂରରେ ହବିବିନଗର ଠାରେ ସେନ୍ ହାସିମ୍‌ଙ୍କ ଘରେ ଦୀର୍ଘବର୍ଷ ଧରି ଡିଲକ୍ସ,ଗୋପଳ,ବାବା ଓ ୫୫ ନକଲି ଜର୍ଦା ତିଆରିକରି ଲକ୍ଷଲକ୍ଷ ଟଙ୍କା ବେପାର କରୁଥିବାବେଳେ କିପରି ଭାବରେ ଅବକାରୀ ବିଭାଗ ହେଉ କିମ୍ବା ପୋଲିସ ଏମାନେ ଜାଣିପାରୁନଥିଲେ । ଏହି ନକଲି ଜର୍ଦା କାରଖାନା ଉପରେ ଆଜି ସନ୍ଧ୍ୟାରେ ବଢାଉକରି ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ ନକଲି ଜର୍ଦା ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିଛନ୍ତି । ଏଥିରେ  ୪ ବାଲଟି ନକଲି ଜର୍ଦ୍ଦା , କେମିକାଲ ବୋତଲ , ପିମ୍ପରମେଣ୍ଟ , ଜରି ୩ବସ୍ତା , ଜରି ସିଲେଇ ମେସିନ , କଟର ମେସିନ , ଜର୍ଦା ଟିଣ ଆଦି ଜବତ କରାଯାଇଥିଲା । ଘଟଣା ସ୍ଥଳରୁ ମାଲିକ ଫେରାର ହୋଇଯାଇଥିବା ବେଳେ ନକଲି ଜର୍ଦା କାରବାର କରୁଥିବା ହବିଦିନଗରର ସେକ ସହିଲ ପିତା- ସେଳ ଅବଦୁଲ ଦୟାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି । ହେଲେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ପୋଲିସ ନିଜ ଆଡୁ କେସନଂ ୩୨୮/ ୨୨ରେ ଏକ ମାମଲା ରୂକୁ କରି ତଦନ୍ତ ଜାରିରଖାଯାଇଛି ।

Nalco
Leave A Reply