Odisha news

୩ ବର୍ଷ ଶିଶୁକନ୍ୟା ର କରୁଣା କାହାଣୀ : ମା ନାହାନ୍ତି, ବାପା ଏବେ ବିଦେଶରେ ,ସହାୟତା ହାତ ବଢ଼ାଇଲେ ଯୁବଗୋଷ୍ଠୀ

0

ହାଟଡ଼ିହି-୨/୫, ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୩ବର୍ଷର ଶିଶୁକନ୍ୟା ନନ୍ଦିନୀକୁ ୩୦ହଜାର ଟଙ୍କାର ଆର୍ଥôକ ସହାୟତା ପ୍ରଦାନ କରିଛନ୍ତି ଯୁବଗୋଷ୍ଠୀ । ନନ୍ଦିନୀର ମା ଦୁଇବର୍ଷ ତଳେ ମରିଯାଇଥିବାବେଳେ ବାପା ଏବେ ବିଦେଶରେ । ଏପରି ପରିସ୍ଥିତିରେ ଗରିବ ପରିବାରର କିଡିନି ରୋଗର ଶୀକାର ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ଗୁରୁତର ହୋଇପଡିଥିବାବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ କେନ୍ଦୁଝର ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଡାକ୍ତରଖାନାରେ ଭର୍ତ୍ତି କରିବାପରେ ଅନ୍ୟ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସାମାନ୍ୟ ସୁସ୍ଥ ହୋଇ ଫେରିଛି । ଏବେ ନନ୍ଦିନୀକୁ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ଶାଳଣିଆଁର ବିପିନି କୁଅଁର, ମରୈଗାଁର ସତ୍ୟବ୍ରତ ଜେନା, ଇଞ୍ଚୋଳର ଉମାକାନ୍ତ ପଣ୍ଡା, ବିରେନ୍ଦ୍ର କୁମାର ବିଶ୍ୱାଳ, ରାଜେଶ ନାୟକ, ଗିତାଞ୍ଜଳୀ ସେଠୀ, ଆଦିତ୍ୟ ପଣ୍ଡା, ପୂଜାଷ୍ଟିଲ ଶାଳଣିଆଁର ରାଜେଶ ପ୍ରମୁଖ ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ ବ୍ୟକ୍ତି ବିଶେଷଙ୍କ ଠାରୁ ତିରିଶ ହଜାର ଟଙ୍କା ସଂଗ୍ରହକରି ନନ୍ଦିନୀଙ୍କ ପରିବାରକୁ ପ୍ରଦାନ କରିଛନ୍ତି । ଯୁବଗୋଷ୍ଠୀର ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Govt
Leave A Reply