ଗଞ୍ଜାମ: ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ପଜିଟିଭ୍ ହେଲେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି।
ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ଜିଲ୍ଲାର କଟିକଟା ପଞ୍ଚାୟତ ଏବେ କରୋନା ମୁକାବିଲା ପାଇଁ ଚିନ୍ତାରେ କାରଣ ପାଲଟିଛି।