ଭୁବନେଶ୍ୱର, ୨୬।୨ : ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ । ତେବେ ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ମେ’ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଁ ପଦକ୍ଷେପ ନିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖାରେ ଅଧ୍ୟାପକ ଯୋଗ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଏହାଛଡ଼ା ଏଥର ପରୀକ୍ଷାକୁ କପି ମୁକ୍ତ କରିବା ଲାଗି ସବୁ ସେଣ୍ଟରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି ।