Odisha news

ଦିଲ୍ଲୀ ହିଂସାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

0

ନୂଆଦିଲ୍ଲୀ, ୨୬।୨ : ଦେଶର ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା ହିଂସାକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ କୋର୍ଟ ଏହି ହିଂସାକାଣ୍ଡ ପାଇଁ ଦିଲ୍ଲୀ ପୁଲିସର ଅପାରଗତାକୁ ଦାୟୀ କରି ତୀବ୍ର ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କି;ୁ କୋର୍ଟ ଦିଲ୍ଲୀ ହିଂସାକାଣ୍ଡରେ ହସ୍ତକ୍ଷେପ କରିବା ପାଇଁ ହୋଇଥିବା ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ୍‌କେ କାଉଲ ଓ ଜଷ୍ଟିସ କେଏମ୍‌ ଯୋଜେଫଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ଶାହୀନ ବାଗ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହିଂସା ଉପରେ ଟିªଣୀ କରିଥିଲେ । ଖଣ୍ଡପୀଠ କହିଛନ୍ତି, ଆଜି ଦିଲ୍ଲୀ ଜଳୁଛିଛ ଯଦି ପୁଲିସ୍‌ ଦଙ୍ଗାକାରୀଙ୍କୁ ସେମାନଙ୍କ ସାମ୍ନାରେ ଯିବାକୁ ଦେଇ ନଥାଆନ୍ତା, ତା’ହେଲେ ଆଜି ସ୍ଥିତି ଏମିତି ହୋଇ ନଥାଆନ୍ତା । ଯଦି କେହି ବିବାଦୀୟ କିମ୍ବା ହିଂସା ସୃଷ୍ଟି କରିବା ଭଳି ବୟାନ ଦେଉଛି, ତା’ହେଲେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହାର ନିର୍ଦ୍ଦେଶକୁ ଅପେକ୍ଷା କରିବା କଥା ନୁହେଁ । ଏହି ସମୟରେ ଆଇନ ଅନୁଯାୟୀ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ପୁଲିସ୍‌ ପ୍ରଫେସନାଲ ଭାବେ କାର୍ଯ୍ୟ କରୁନାହିଁ । ଆମେରିକା ଓ ବ୍ରିଟେନରେ ପୁଲିସ୍‌ ବେଶ ପ୍ରଫେସନାଲ ଢଙ୍ଗରେ କାର୍ଯ୍ୟ କରୁଛି । ସେମାନେ ଭୁଲ ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ହେଲେ ଦିଲ୍ଲୀ ପୁଲିସ୍‌ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପୂର୍ବରୁ କେବଳ ନିର୍ଦ୍ଦେଶକୁ ଅପେକ୍ଷା କରୁଛି । ଦିଲ୍ଲୀ ପୁଲିସ୍‌କୁ ସ୍ଥିତି ଅନୁସାରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର କାହିଁକି ଦେଉନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଜଷ୍ଟିସ ଯୋଜେଫ କହିଛନ୍ତି, ମୁଁ ସମ୍ବିଧାନକୁ ମାନେ । ତେଣୁ ଦିଲ୍ଲୀରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ମୋର କିଛି କର୍ତ୍ତବ୍ୟ ରହିଛି । ମୁଁ ଏହାକୁ ସହି ପାରୁନାହିଁ । ମୁଁ ମୋର ଅସନ୍ତୋଷ ପ୍ରକାଶ କରିବି । ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବର୍ତ୍ତମାନ କାର୍ଯ୍ୟକ୍ଷମ କରିବାର ସମୟ ଆସିଛି । ଏହାଦ୍ୱାରା ପୁଲିସ୍‌ ଠିକ୍‌ ଓ ଉଚିତ ମାର୍ଗରେ କାର୍ଯ୍ୟ କରିପାରିବ ।

Leave A Reply