କରୋନା ମହାମାରୀ ଯୋଗୁ ପରିବାର ତଥା ସାଙ୍ଗସାଥୀଙ୍କ ସହ ଦେଖାସାକ୍ଷାତ ନ ହେବାରୁ ଲୋକେ ନିଜକୁ ଏକୁଟିଆ ମନେ କରୁଛନ୍ତି । ଲୋକଙ୍କ ଏକାକୀତ୍ୱ ଦୂର କରିବା ପାଇଁ ଇସ୍ରାଏଲ୍ର ନେଚର୍ ଆଣ୍ଡ୍ ପାର୍କ ଅଥରିଟି ନିଆରା ବାର୍ତ୍ତା ଦେଇଛନ୍ତି । ପାର୍କରେ ଥିବା ଗଛକୁ ଆଲିଙ୍ଗନ କଲେ ସ୍ପର୍ଶକାତରତା ଦୂର ହେବ ବୋଲି କୁହାଯାଇଛି । ପାର୍କକୁ ବୁଲି ଆସୁଥିବା ଲୋକମାନେ ଆତ୍ମୀୟଙ୍କୁ କୋଳାଗ୍ରତ କରି ନ ପାରି ଦୁଃଖପ୍ରକାଶ କରିବାରୁ ନିଆରା ଅନୁଭବ ପାଇବା ପାଇଁ ଗଛକୁ କୋଳାଗ୍ରତ କରିବାକୁ କୁହାଯାଉଛି । ଏହା ପୂର୍ବରୁ ଏପ୍ରିଲ୍ରେ ଏଭଳି ଏକ ଅଭିଯାନ ଆଇସଲାଣ୍ଡର ବନ ବିଭାଗ ଦ୍ୱାରା ଆରମ୍ଭ ହୋଇଥିଲା ।
