Odisha news

ଫୁଲବାଣୀ : ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ,୨୨/୦୭, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକର ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସ୍ଥାନୀୟ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ ବିପୁଳ ସ୍ୱାଗତ ଜଣାଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ସାହୁଙ୍କୁ ପୁନର୍ବାର ଦ୍ୱିତୀୟ ଥର ପାଇଁ ବ୍ଳକ ସଭାପତି ଦାୟିତ୍ୱ ଦେଇଥିବାରୁ ଅଂଚଳବାସୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରମୋଦ କୁମାର ସାହୁ ତୁମୁଡିବନ୍ଧ ବ୍ଳକର ସର୍ବାଙ୍ଗିନ ଉନ୍ନତି କରିବା ସହ ଉନ୍ନୟନ ମୁଳକ କାମ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଶ୍ରୀ ସାହୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର,ସାଂସଦ ଡଃ.ଅଚ୍ୟୁତ ସାମନ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ଅବସରରେ କୃତଜ୍ଞତା ଜଣାଇଛନ୍ତି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଳକର ପଂଚାୟତ ସଭାପତି ଜି ସାୟ ମଣ୍ଡଳ,ସରପଂଚ ଦମୟନ୍ତି ପାଟମାଝୀ,ରବି ପାଢ଼ୀ,ଅମୀୟ ପରାସେଠ କୁନା ଦଣ୍ଡସେନନା,ଗୋପାଳ ସାହୁଙ୍କ ସମେତ ବହୁ ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

 

Nalco

Comments are closed.