Odisha news

କଣ ଆପଣଙ୍କ ହଜମ ପ୍ରକ୍ରିୟାରେ ଅସୁବିଧା ହେଉଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ଆମେମାନେ ପ୍ରାୟ ସମସ୍ତେ ଅଧିକାଂଶ ସମୟରେ ପାଚନ ସମସ୍ୟାର ସମ୍ମୁଖୀନ ହୋଇଥାଉ l କାରଣ କିଛିଟା ଏପରି ଜିନିଷ ଖାଉ ଯାହା ଆମର ପାଚନ ସମସ୍ୟାକୁ ପ୍ରଭାବିତ କରିଥାଏ l ଖାଦ୍ୟ ଠିକ ରେ ହଜମ ନହେବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା , ଦେହ ଓଜନ ଲାଗିବା , ବାନ୍ତି ସମସ୍ୟା ଓ ମୁଣ୍ଡ ବୁଲାଇବା ଇତ୍ୟାଦି ଦେଖାଦିଏ l

*ପାଚନ ସମସ୍ୟା ଦେଖାଦେଲେ ଗୋଟିଏ ଲେମ୍ବୁକୁ କାଟି ନିଅନ୍ତୁ , ଏହାପରେ ସେଥିରେ ସୈନ୍ଧବ ଲୁଣ ଓ ଗୋଲମରିଚ ଲଗାଇ ପୋଡି ସେବନ କରନ୍ତୁ l ଦେଖିବେ କିଛିଦିନ ପରେ ଗ୍ୟାସ ସମସ୍ୟା ଦୂର ହୋଇଯିବ l

* ଯଦି ଆପଣ ହଜମ କ୍ରିୟାର ଅସୁବିଧା ସମୁଖୀନ ହେଉଛନ୍ତି , ତେବେ ଦହି ଭଜା ଜିରା ଗୁଣ୍ଡ , ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ପାଚନ ଶକ୍ତି ଠିକ ରହିଥାଏ l

* ବଥୁଆ ଶାଗକୁ ଗୋଲମରିଚ ପକାଇ ସିଝାଇ ପିଇବା ଦ୍ୱାରା ପାଚନ ସମସ୍ୟା ଦୂର ହୋଇ ଖାଦ୍ୟ ସହଜରେ ହଜମ ହୋଇଥାଏ l

* କଞ୍ଚା ପିଆଜର ଲେମ୍ବୁ ରସ ମିଶାଇ ସେବନ କଲେ ଏହାର ଶରୀର ସୁସ୍ଥ ରହିଥାଏ ଏବଂ ଖାଦ୍ୟ ହଜମ ହେବାର ଅନେକ ସହାୟତା କରେ l

* ସବୁଦିନ ରାତିରେ ଗୋଟିଏ ଗ୍ଲାସ ପାଣିରେ ଧନିଆ , ପାନ ମଧୁରୀ ଓ ଜୁଆଣି ଗୋଟିଏ ଚାମଚ ଲେଖାଏଁ ପକାଇ ରଖନ୍ତୁ l ସକାଳୁ ଏହାକୁ ଖାଲି ପେଟରେ ସେବନ କରନ୍ତୁ l ଦେଖିବେ ଏହା ଦ୍ୱାରା ଆପଣଙ୍କ ପାଚନ ସମସ୍ୟା ଦୂର ହେବା ସହ ଆଣ୍ଠୁ ଗଣ୍ଠି ସମସ୍ୟା ମଧ୍ୟ ଦୂର ହୋଇଥାଏ l

Comments are closed.