ସିମୁଳିଆ-୨୭/୦୨-ସିମୁଳିଆ ବ୍ଲକରେ ଥିବା ଅଗ୍ରଣୀ ଦୁଇଟି ଅନୁଷ୍ଠାନରେ ୧୫ଜଣ ଛାତ୍ର କୋବିଡ ଆକ୍ରାନ୍ତ ଚିହ୍ନଟ ହେବା ଓ ସଂସ୍ଥାର ଦାୟିତ୍ୱହୀନତା କାର୍ଯ୍ୟ ଖବର ପାଇ ସିମୁଳିଆ ତହସିଲଦାର ଉଭୟ ଅନୁଷ୍ଠାନକୁ ତାଗିଦ କରିଥିବାର ଜଣାଯାଇଛି । ସୂଚନାରୁ ପ୍ରକାଶ ମାର୍କେଣା ବସଷ୍ଟାଣ୍ଡ ବରି ରୋଡରେ ଥିବା ଏମସ କଲେଜ ଓ ବିନୋରି ଆ.ଟି.ଆଇ କଲେଜରେ ଚଳିତ ମାସ ୨୫ତାରିଖରେ ଜିଲ୍ଲା ମେଡିକାଲ ପ୍ରଶାସନ ପକ୍ଷରୁ କୋବିଡ ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରେ ୧୫ଜଣ କୋବିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଏମସ କଲେଜର ୮ଜଣ ଆକ୍ରାନ୍ତ ଥିବାବେଳେ ବିନୋରି ଆ.ଟି.ଆଇରେ ୭ଜଣ ଆକ୍ରାନ୍ତ ଥିବାର ମେଡିକାଲ ସୂତ୍ରରୁ ପ୍ରକାଶ । ମାତ୍ର ଏହି ପିଲାମାନେ ବଜାରରେ ସାଧାରଣରେ ବୁଲାବୁଲି କରୁଥିବା,ସାଧାରଣ ଛାତ୍ରମାନଙ୍କ ସହିତ ପଡାପଡି କରିବା ଆଦି ଘଟଣା ସଂପର୍କରେ ଖବର ପାଇ ସିମୁଳିଆ ତହସିଲଦାର ରବିନାରାୟଣ ସାହୁ ଆଜି ଉଭୟ ଅନୁଷ୍ଠାନରେ ପହଞ୍ଚି ଏମସ କଲେଜର ପି୍ରନ୍ସିପାଲ ତଥା ଚେୟାରମ୍ୟାନ ଗୈ÷ାରାଙ୍ଗ ରାଉଳ ଓ ବିନୋରି ଆଇ.ଟି.ଆଇର ଅଧ୍ୟକ୍ଷ ପ୍ରତାପ କୁମାର ସାହୁଙ୍କୁ ସାକ୍ଷାତ କରି ଆକ୍ରାନ୍ତ ଚିହ୍ନଟ ହେବା ପରେ କଲେଜ ପରିସରକୁ ସାନିଟାଇଜେସନ କରିବା,ଆକ୍ରାନ୍ତ ପିଲାମାନଙ୍କୁ ଆସୋଲେସନରେ ରଖିବାକୁ ନିଦେ୍ର୍ଦଶ ଦେଇଥିବାର ଜଣାଯାଇଛି । ଉଭୟ କଲେଜର ଅଧ୍ୟକ୍ଷ ସରକାରଙ୍କ କୋବିଡ ଗାଇଡ ଲାଇନ ଅନୁସାରେ କାର୍ଯ୍ୟ କରୁଥିବାର ପ୍ରକାଶ କରିଥିଲେ ।