Odisha news

ଝିଅକୁ ନିର୍ଯାତନା ଘଟଣା ବାଲିପାଟଣା ଥାନାରେ ବାପା ବିରୋଧରେ ଏତଲା

ଡିସିପିଙ୍କୁ ତୁରନ୍ତ ତଦନ୍ତ ନିର୍ଦେଶ

ଭୁବନେଶ୍ୱର,(ନି.ପ୍ର): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ଗୁରୁବାର ଚାଇଲ୍ଡ ହେଲ୍ପ ଲାଇନ ହସ୍ତକ୍ଷେପ କରିଛି । ଅନ୍ୟପକ୍ଷରେ ଏ ନେଇ ନିର୍ଯ୍ୟାତନା ଦେଉଥିବା ବାପା ବିରୋଧରେ ବାଲିପାଟଣା ଥାନାରେ ଝିଅର ଅଜା ଅଭିଯୋଗ କରିଛନ୍ତି । ଘଟଣାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଇଲ୍ଡ ହେଲ୍ପ ଲାଇନର ନିଦେ୍ର୍ଦଶକ ଡ. ବେଣୁଧର ସେନାପତି ଦାବି କରିଛନ୍ତି । ତାଙ୍କ କହିବାନୁଯାୟୀ, ଶିଶୁକୁ ଔଷଧ ଓ ଖାଦ୍ୟ ଦେବା ସହ ଆବଶ୍ୟକ ଯତ୍ନ ନିଆଯାଉଛି । ଶିଶୁଟିକୁ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ନିର୍ଯାତନା ସମ୍ପର୍କରେ ଶିଶୁଙ୍କ ଅଜାଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଅଭିଯାଗ ହୋଇଛି ।
ବାଲିପାଟଣା ଅଞ୍ଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା’ ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ । ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲେ ଆଖିରେ ଲୁହ ଆସିଯିବ । କେତେବେଳେ ତାକୁ ଗରମ ପାଣିରେ ବୁଡାଇ ଦିଆ ଯାଉଥିଲା ଆଇ କେତେବେଳେ ନିର୍ଘାତ ମାଡ଼ ପଟୁଥିଲେ ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ଭାତ । ଦିନେ କି ମାସେ ନୁହେଁ ବର୍ବରତାର ସବୁ ସୀମା ଟପି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦ୍ୱିତୀୟ ବିବାହ କରିଥିବା ବାପା ଦେଇଛି ନିର୍ଯାତନା । ଦୋଷ ବି କିଛି ନୁହଁ । ବିବାହ ବିଛେଦ ପରେ ନିଜ ମାକୁ ଝୁରି ହେଉଥିଲା ଏବଂ ଖୋଜୁଥିଲା ବୋଲି କୁନି ଝିଅ । ଏଭଳି ନିର୍ଘାତ ନିର୍ଯାତନା ଦେଇଛି ଶିଶୁ କନ୍ୟାର ବାପା ତଥା ପିପିଲିର ବିଲାଲ୍ ଖାନ୍ ।
ଶେଷରେ ନିଜ ଔରସରୁ ଜନ୍ମିତ ଶିଶୁକୁ ଉଦ୍ଧାର କରି ମା ରିଜ୍ୱାନା ପରୱିନ୍ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଖାଇବା ବିହୁନେ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିଲା । ଏ ନେଇ ଅଭିଯୋଗ ହେବା ପରେ ଚାଇଲଡଲାଇନ ପକ୍ଷରୁ ହସ୍ତକ୍ଷେପ କରାଯାଇଛି । ଗୁରୁବାର ଶିଶୁ କନ୍ୟାର ଅଜା ଏ ନେଇ ବାଲିପାଟଣା ଥାନାରେ ବାପା ବିରୋଧରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚାଇଲ୍ଡ ହେଲ୍ପ ଲାଇନର ନିଦେ୍ର୍ଦଶକ ଡ. ବେଣୁଧର ସେନାପତି କହିଛନ୍ତି ଯେ, ଚାଇଲ୍ଡ ହେଲ୍ପ ଲାଇନ୍ ନିଦେ୍ର୍ଦଶକ ଓ କୋଡିନେଟର ରୁଲିନା ପାତ୍ର ଘଟଣାର ତଦନ୍ତ କରୁଛନ୍ତି । ହସ୍ପିଟାଲକୁ ଯାଇ ଶିଶୁ କନ୍ୟାକୁ ଭେଟିବା ସହ ସମସ୍ତ ଘଟଣା ପଚାରି ବୁଝିଛନ୍ତି । ଏହାସହ ଚାଇଲ୍ଡ ଲାଇନ୍ ଭୁବନେଶ୍ୱର ଡିସିପି, ଓଏସ୍ସିପିସିଆର, ଖୋର୍ଦ୍ଧା ଡିସିପିଓ ଏବଂ ସିଡ୍ଲ୍ୟୁସିକୁ ରିପୋର୍ଟ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିବେଦନ କରାଯାଇଛି । ହସ୍ପିଟାଲ ନିଦେ୍ର୍ଦଶକଙ୍କୁ ମଧ୍ୟ କହିଛନ୍ତି ପିଲାଟିର ଯତ୍ନ ନେବା ସହ ଭଲ ଚିକିତ୍ସା ଦେବା ପାଇଁ । ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପିଲାଟିର ସମସ୍ତ ଖର୍ଚ୍ଚ ଚାଇଲ୍ଡ ହେଲ୍ପ ଲାଇନ୍ ନେବ ବୋଲି ସୂଚନା ଦେଇଛନ୍ତି ।

Comments are closed.