Odisha news

୩ ଲୁଟେରା ଗିରଫ, ଲକ୍ଷାଧିକ ଚୋରି ସାମଗ୍ରୀ ଜବତ

ଭୁବନେଶ୍ୱର,(ନି.ପ୍ର): ନୂଆପଲ୍ଳୀ ଥାନା ଅଞ୍ଚଳରେ ଲୁଟ୍ପାଟ କରି ଆତଙ୍କ ସୃଷ୍ଟି କରିଥିବା ଲୁଟେରା ଗ୍ୟାଙ୍ଗ୍ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ନୂଆପଲ୍ଳୀ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କଠାରୁ ପୋଲିସ ତିନୋଟି ଏଲଇଡି ଟିଭି, ଟ୍ୟାପ୍, ପାଣି ପମ୍ପ୍, ଇନଭଟର ଜବତ କରାଯାଇଛି । ଗିରଫ ୩ ଲୁଟେରାହେଲେ ସାଲିଆସାହିର ବିଶ୍ୱଜିତ୍ ବେହେରା, ଲକ୍ଷ୍ମୀଧର ସାହୁ ଓ ବାଲିଅନ୍ତାର ମୋହନ କୁମାର ସାହୁ । ଗୁରୁବାର ଦିନ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି । ନୂଆପଲ୍ଳୀ ଏକାମ୍ର କାନନ ଭିଆଇପି କଲୋନୀ ପ୍ଳଟ ନମ୍ବର ୧୮ରେ ରୁହନ୍ତି ପି୍ରତିବାସ ଗୋଛାୟତ(୨୪) ।

ପ୍ରୀତିବାସଙ୍କ ନୂଆଘର କାମ ଚାଲିଛି । ମେ ୨୫ ତାରିଖ ସନ୍ଧ୍ୟା ସାଢ଼େ ୬ଟା ସମୟରେ ଲକ୍ଷ୍ମୀଧର, ବିଶ୍ୱଜିତ୍ ଓ ମହେନ୍ଦ୍ର ଘରେ ପଶି ପାଣି ଟ୍ୟାପ ସହ ବହୁ ମୂଲ୍ୟବାନ ଜିନିଷ ଚୋରି କରି ନେଇ ପଳାଇଥିଲେ । ଏ ନେଇ ସେ ନୂଆପଲ୍ଳୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସିସିଫୁଟେଜକୁ ଜବତ କରିଥିଲା । ୩ ଲୁଟେରାକୁ ପୋଲିସ ଗିରଫ କରିବା ସହ ଅନ୍ୟ ସ୍ଥାନରୁ ଲୁଟ୍ପାଟ କରିଥିବା ୩ଟି ଏଲିଡ଼ି ଟିଭି, ସିଲିଙ୍ଗ୍ ଫ୍ୟାନ୍, ୭ଟି ପାଣି ଟ୍ୟାପ୍, ଏକ ପାଣି ପମ୍ପ, ୩ଟି ପାଣି ପାଇପ୍ ଓ ଏକ ବନ୍ଧୁକ ଜବତ କରାଯାଇଛି । ଗିରଫ ଲୁଟେରାମାନଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି ।

Comments are closed.