Odisha news

ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷାରେ ନୟାଗଡ଼ର ସିଦ୍ଧାର୍ଥଙ୍କ କୃତିତ୍ୱ

ନୟାଗଡ଼, (ସବୁ୍ୟ): ଚଳିତ ବର୍ଷ ଫେବୃଆରୀ ମାସରେ ସର୍ବଭାରତୀୟସ୍ତରରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏନସିଇଆରଟି) ପରୀକ୍ଷାରେ ନୟାଗଡ଼ ସିଦ୍ଧାର୍ଥ ନାରାୟଣ ମିଶ୍ର କୃତକାର୍ଯ୍ୟ ହୋଇ ଛନ୍ତି । ଏଥିରେ ସିଦ୍ଧାର୍ଥ ଜାତୀୟ ମେଧା ଅନ୍ୱେଷଣ ବୃତ୍ତି ପାଇବା ପାଇଁ ଯୋଗ୍ୟତା ହାସଲ କରି ଜିଲ୍ଲା ପାଇଁ ଗେ୍øରବ ଆଣିଛନ୍ତି । ନୟାଗଡ଼ ମହର୍ଷି ବିଦ୍ୟାମନ୍ଦିରରେ ଅଧ୍ୟୟନ କରୁଥିବା ସିଦ୍ଧାର୍ଥ ମିଶ୍ର ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ସେ ଜଣେ ମେଧାବୀ ଛାତ୍ର ହିସାବରେ ପିଲାଟି ଦିନରୁ ନିଜର ପ୍ରତିଭାର ପରିଚୟ ପ୍ରଦାନ କରିଆସିଛନ୍ତି । ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ନିଜର ପରାକାଷ୍ଠା ଦେଖାଇ ବେଶ ପ୍ରଶଂସିତ ହୋଇଛନ୍ତି । ଜାତୀୟ ସ୍ତରରେ ଏହି ବିରଳ କୃତିତ୍ୱ ହାସଲ କରିଥିବା ସିଦ୍ଧାର୍ଥ ଏନଏସି ହାଇସ୍କୁଲ ଖେଳ ଶିକ୍ଷକ ଉମାକାନ୍ତ ମିଶ୍ରଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି କୃତିତ୍ୱରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ମହଲରେ ଖୁସୀର ଲହରି ଖେଳିଯାଇଛି ।

Comments are closed.