ଜଣେ ଯୁବକ ଚାରିଦିନ ପର୍ଯ୍ୟନ୍ତ ଗୋଟିଏ ପାଣି ବିହୀନ କୂଅରେ ପଡି ରହିଥିଲା ଓ ପ୍ରତେକ ଦିନ ଚିତ୍କାର ଛାଡି ରକ୍ଷାକାର ରକ୍ଷାକାର ବୋଲି ଡାକ ଛାଡୁଥିଲା l ଚାରିଦିନ ପରେ ତାର ଭାଗ୍ୟର ପରିବର୍ତନ ହୋଇଥିଲା ,ତାର ଡାକ ଜଣଙ୍କ କାନରେ ପଡିଥିଲା l ଏହି ଘଟଣାଟି ଘଟିଛି ରାଜସ୍ଥାନର ଦଉସା ଜିଲ୍ଲାରେ l ଯୁବକଟି ଚାରି ଦିନ ପର୍ଯ୍ୟନ୍ତ ଡାକ ଛାଡିଥିଲେ ମଧ୍ୟ ତାହା କେହି ଶୁଣି ପାରୁନଥିଲେ l ବୁଧବାର ଦିନ କୂଅ ନିକଟରେ ଗୋଟିଏ ଭଡା ଘରେ କିଛି ଭଡାଟିଆ ରହିଥିଲେ ,ସେମାନେ ତାର ଡାକ ଶୁଣି ପାରିଥିଲେ l କିନ୍ତୁ ନିକଟରେ ଜାତୀୟ ରାଜପଥ ୨୧ ଓ ଗୋଟିଏ ମହାବିଦ୍ୟାଳୟ ଥିବା କାରଣରୁ ଠିକ୍ ରେ ଜଣା ପଡ଼ିନଥିଲା ଯେ ଏହି ଡାକ କେଉଁଠୁ ଆସୁଛି l

ଗୁରୁବାର ଦିନ ମହାବିଦ୍ୟାଳୟର ସଂଚାଳକ ଶିଶରାମ ଗୁଜର ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ ତାଙ୍କୁ ଯୁବକଟିର ଡାକ ସୁଭିଥିଲା ଓ ସେ ତୁରନ୍ତ କୂଅ ନିକଟରେ ପହଞ୍ଚି ଯାଇଥିଲେ l  ସେଠାରେ ଯାଇ ଦେଖିଲେ ଯେ ଯୁବକଟି କୂଅରେ ପଡି ଖାଇବା ଓ ପାଣି ମାଗୁଛି l ତାପରେ ମହାବିଦ୍ୟାଳୟର ସଂଚାଳକ ଗୋଟିଏ ରସି ସାହାଯ୍ୟରେ ତାକୁ ଖାଇବା ଓ ପାଣି ଦେଇଥିଲେ l ଏହା ପରେ ସେ ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ ,ସେଠାରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଗୋଟିଏ ଦୌଡ଼ି ବାନ୍ଧି ଯୁବକ ଜଣଙ୍କୁ କୂଅରୁ ବାହାର କରିଥିଲେ l

ତାପରେ ଯୁବକ ଜଣଙ୍କୁ ଜିଲ୍ଲା ଡାକ୍ତର ଖାନରେ ଭର୍ତି କରାଯାଇଥିଲା l ସେଠାରେ ଭର୍ତି ହେବାପରେ ଯୁବକଟି କହିଥିଲା ଯେ ଦଉସାର ୱାଡ଼ ନମ୍ବର ୨ ରେ ରୁହେ ଓ ତିନି ଚାରିଦିନ ହେଲା ଘରୁ ରାଗି ପଳାଇ ଆସିଛି l ପ୍ରଥମେ ପୋଲିସ ଯୁବକଟିକୁ ମନ୍ଦବୁଦ୍ଧି ବୋଲି ଭାବିଥିଲା କିନ୍ତୁ ପରେ କଥାବାର୍ତା କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲା l ବର୍ତ୍ତମାନ ପୋଲିସ ଯୁବକଟିକୁ ତା ଘର ଲୋକଙ୍କୁ ହସ୍ତାନ୍ତର କରିଛି l

LEAVE A REPLY

Please enter your comment!
Please enter your name here