ରାଜସ୍ଥାନ : କରୋନା ସହ ଲଢ଼ିବାରେ ଆଗରେ ଥିବା ଯୋଦ୍ଧାଙ୍କ କର୍ତ୍ତବ୍ୟକୁ ଇଣ୍ଡିଆନ୍ ଆର୍ମି ପକ୍ଷରୁ ପ୍ରଶଂସା କରାଯିବାର ଭିଡିଓ ଭାଇରାଲ ହୋଇଛି । ରାଜସ୍ଥାନରେ ଜଣେ ଆର୍ମି ଅଫିସର୍ ପୋଲିସ ଓ ହୋମ୍ ଗାର୍ଡଙ୍କୁ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଅଫିସର ଜଣକ କହିଛନ୍ତି, ଭାରତୀୟ ପୋଲିସଙ୍କ କାମ ପାଇଁ ଆମେ ସମସ୍ତେ ଗର୍ବିତ । ଏହି ଭିଡିଓ ଟ୍ୱିଟରରେ ସେୟାର ହେବା ପରେ ସୋସାଲ ମିଡିଆରେ ଭାଇରାଲ ହୋଇଛି । ଆର୍ମି ଅଧିକାରୀ ମହାମାରୀ ସମୟରେ ପୋଲିସର କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, ସମସ୍ତେ କରୋନାକୁ ନେଇ ଚିନ୍ତାରେ ଥିବାବେଳେ କେବଳ ପୋଲିସ ଫୋର୍ସ ହିଁ ଶାନ୍ତିପୂର୍ଣ୍ଣ ଭାବେ କାମ କରୁଛି । ଅଭିନେତା ଅନୁପମ୍ ଖେର୍ ଏହି ଭିଡିଓକୁ ନିଜର ହ୍ୱାଟ୍ସଆପ୍, ଇନ୍ଷ୍ଟାଗ୍ରାମରେ ଓ ଟ୍ୱିଟର ପେଜ୍ରେ ସେୟାର କରିଛନ୍ତି ।
