Odisha news

ସଂଗରୋଧ ଶିବିର ରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ସଭ୍ୟା

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲାର ଆଳି , ରାଜନଗର , ରାଜକନିକା ଅଂଚଳରେ ଥିବା ସଂଗରୋଧ ଶିବିର ରେ ରହିଥିବା କେନ୍ଦ୍ରାପଡା ପ୍ରବାସୀଙ୍କୁ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସôାରାଣୀ ଜେନା ଭେଟି ତାଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଏହି ୩ଟି ବ୍ଲକର ପତ୍ରପୁର, କାଟଣା, ପାଟଣା, କେରଡାଗଡ ଓ ତାଳଚୁଆ ପଂଚାୟତରେ ପ୍ରବାସୀ ମାନଙ୍କୁ ଭେଟି ତାଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ପରେ ସେଠାକାର ସରପଂଚ ନୋଡାଲ ଅଫିସର ଓ ବ୍ଲକର ବିଡିଓ ମାନଙ୍କ ସହିତ ଆଲୋଚନା କରି ସଂଗରୋଧ ଶିବିର ରେ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ବିଭିନ୍ନ ସଂଗରୋଧ ଶିବିର ରେ ଥିବା ଏହି ପ୍ରବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ବିଭିନ୍ନ ଶିବିର ରେ ଥିବା କେନ୍ଦ୍ରାପଡା ପ୍ରବାସୀ ମାନଙ୍କୁ ଶିବିର ରେ କୈାଣସି ଗଣ୍ଡଗୋଳ ନକରି ସମସ୍ତଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ପରେ ଶ୍ରୀମତୀ ଜେନା ସଂଗରୋଧ ଶିବିର ର ବିଭିନ୍ନ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ଜଣା ପଡିଛି । ତାଙ୍କର ଏହି ସଂଗରୋଧ ଶିବିର ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ସେଠୀ, ଜଗନ୍ନାଥ ରାଉତ, ସୁମନ୍ତ ରାଉତ, ପତ୍ରପୁର ର ସରପଂଚ ସୁବ୍ରତ ବେହୁରା, କାଟଣା ପାଟଣା ସରପଂଚ ନିରାକାର ସେଠୀ ଓ କେରଡାଗଡ ସରପଂଚ ପ୍ରଭାତୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply