ଚିକିଲି ସଙ୍ଗରୋଧ କେନ୍ଦ୍ର ରେ ଯୋଗ ପ୍ରଶିକ୍ଷଣ, ଅନ୍ତେବାସୀ କରୁଛନ୍ତି ବୃକ୍ଷ ରୋପଣ ଓ ସ୍କୁଲ ଖେଳ ପଡିଆ ସଫେଇ କାର୍ଯ୍ୟ ।
ଖଲ୍ଲିକୋଟ–୧୪/୦୫–ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଞ୍ଚାୟତ କାର୍ଯ୍ୟାଳୟ କୁ ଲାଗି ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ରେ ୧୫୯ ଜଣ ପ୍ରବାସୀ ଓଡ଼ିଆ ରହୁଥିବା ଜଣାପଡିଛି ।ଏମାନେ ସୁରତ, ବିଜୟୱାଡା, କୋଏମ୍ବାଟୁର ପ୍ରଭୃତି ସ୍ଥାନ ରୁ ଆସିଥିବା ଜଣାପଡିଛି ।ଏମାନଙ୍କ ମଧ୍ୟରେ ୧୭ ଜଣ ମହିଳା ଓ ୧୫ ଜଣ ଶିଶୁ ରହିଛନ୍ତି ।
ଏମାନଙ୍କୁ ସକାଳ ଜଳଖିଆ ରେ ପୁରୀ, ଉପମା, ଗୁଗୁନି ତରକାରୀ ଦିଆଯାଉଥିବା ବେଳେ ସନ୍ଧ୍ୟାରେ ଚା ଓ ବିସ୍କୁଟ ଦିଆଯାଉଛି ।ଭୋଜନରେ ସପ୍ତାହ ରେ ଚାରି ଦିନ ଚିକେନ୍, ଅଣ୍ଡା, ମାଛ ପ୍ରଭୃତି ଆମିଷ ତରକାରୀ ଦିଆଯାଉଥିବା ବେଳେ ଅନ୍ୟ ତିନି ଦିନ ସାଧା ତରକାରୀ ଦିଆଯାଉଛି ।ପ୍ରତିଦିନ ସକାଳେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଅନ୍ତେବାସୀ ମାନେ ସ୍କୁଲ ପରିସର ମଧ୍ୟରେ ବୃକ୍ଷ ରୋପଣ ଓ ଖେଳ ପଡିଆ ସଫେଇ କାର୍ଯ୍ୟ ଅତି ଆଗ୍ରହ ର ସହ କରୁଥିବା ଦେଖିବାକୁ ମିଳୁଛି ।
ଚିକିଲି ସରପଞ୍ଚ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି ।ଚିକିଲି ର ପ୍ରାୟ ୨୦ ଜଣ ସ୍ବେଚ୍ଛାସେବୀ ଯୁବକ ଅନ୍ତେବାସୀ ଙ୍କ ସେବାରେ ନିୟୋଜିତ ଥିବା ଜଣାପଡିଛି ।ଅନ୍ତେବାସୀ ଙ୍କୁ ସେବା ଯୋଗାଇ ଦେବାରେ ସେମାନଙ୍କୁ ଅତ୍ୟନ୍ତ ଆନନ୍ଦ ମିଳୁଛି ବୋଲି କେତେକ ସ୍ବେଚ୍ଛାସେବୀ ଯୁବକ ଆମକୁ କହିଥିଲେ ।
ଗତକାଲି ରାଜ୍ୟ ସରକାରଙ୍କ ଦ୍ବାରା ପ୍ରେରିତ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଆଇ ଏ ଏସ ଅଫିସର ଆଶିଷ ପାଟିଲ ଚିକିଲି ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ ।ଏହାର ସ୍ୱଚ୍ଛ ପରିବେଶ ଓ ସୁପରିଚାଳନା ପାଇଁ ଶ୍ରୀ ପାଟିଲ ସନ୍ତୋଷ ପ୍ରକାଶ କରିଥିଲେ ।
