ତେନ୍ତୁଳିଖୁଣ୍ଟି:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଲମତା ଗୁଡା ପଂଚାୟତ ଉପର ଗଡି ଗାଁ, ତଳ ଗଡି ଗାଁ, ପଡା ଆଉଳି ଓ ତୋଗପାଳି ନବରଙ୍ଗପୁର ଜିଲ୍ଲା ପାଳ ଶ୍ରୀ ଅଜିତ କୁମାର ମିଶ୍ର ଗ୍ରସ୍ତ କରିଛନ୍ତି।ବ୍ଳକ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ।ଉକ୍ତ ଗ୍ରାମରେ ଅଗ୍ରଗାମୀ ସ୍ୱେଚ୍ଛାସେବୀ ସଂସ୍ଥା କରନା ମହାମାରୀଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମ ୬୫ପରିବାର କୁ ସାମାଜିକ ଦୂରତା ରକ୍ଷା କରିବା କୁ ଲୋକ ଙ୍କୁ ସଚେତନତା କରିଥିଲେ।
ଲକ ଡାଉ ନ ପ୍ରଭାବ ରେ ଲକେକାମ ଧନ୍ଦା ନପାଇ ଯେପରିଗରିବ ପରିବାରର ଭକ ଉପାସରେ ନରହନ୍ତି।ସେଥିପ୍ରତି ଦୃଷ୍ଟି ରଖି ସ୍ଥାନୀୟ ଅଗ୍ରଗାମୀ ସଂସ୍ଥା ତରଫରୁ ଖାଦ୍ୟ ଓ ରିଲିଫି ସ୍ୱଚ୍ଛତା କିଟ ବିତରଣ କାର୍ଯ୍ୟକ୍ରମ ରେ ଶ୍ରୀ ମିଶ୍ର ଉପସ୍ଥିତ ରହି ଅଞ୍ଚଳ ବସି କୁ ଘରେ ରହି ସୁସ୍ଥ ରହିବା କୁ ପରାମର୍ଶ ଦେଇଥିଲେ ରିଲିଫି ପ୍ରଦାନ କରି ସଚେତନତା କରିଥିଲେ।
ଉପସ୍ଥିତ ଥିବା ଗ୍ରାମର ଉଜଳା ଯାନୀ ଏବଂ ଅନ୍ୟ ହିତାଧିକାରୀଙ୍କ ସହ ସରକାରୀ ଯୋଜନା ଠିକ ରୂପରେ ପାଉଛନ୍ତି କିନାହିଁ ପଚାରି ବୁଝିଥିଲେ।ଯଥା କରନା ପାଇଁ ସରକାର ଯେଉଁ ଯୋଜନା ପି ଡ଼ି ଏ ସ ଚାଉଳ, କାର୍ଡ ପିଚା୧୦୦୦ଟଙ୍କା, ଜବ କାର୍ଡ଼ ଧାରୀଙ୍କୁ ମୁଣ୍ଡ ପିଛା୧୫୦୦ଟଙ୍କା, ଗ୍ୟାସ, ଆଗୁଆ ତିନି ମାସ ର ଭତ୍ତା ପାଉଛନ୍ତି କି ନାହିଁ।ଶ୍ରୀ ମିଶ୍ର ଲୋକଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲା ପାଳ ଙ୍କ ଗ୍ରସ୍ତ ସମୟରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ସୁଶ୍ରୀ ଅକ୍ଷୟ ମିତା କାର୍ତ୍ତିକ, ସହକାରୀ ଯନ୍ତ୍ରୀ ସୁଶ୍ରୀ ଶାନ୍ତିଲତା ହେମ୍ବ୍ରମ, ଯନ୍ତ୍ରୀ ରାମ ଚନ୍ଦ୍ର ବେହେରା, ସରପଂଚ ବୃନ୍ଦାବତୀ ମୁଦୁଲି, ପିଇଓ ଉପେନ୍ଦ୍ର ନାୟକ, ହରେକୃଷ୍ଣ ମୁଦୁଲି