Odisha news

ଲକ ଡାଉନ ହେଲା କାଳ: ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି କର୍କଟ ରୋଗୀ ତାରିଣୀ।

0
ବୋରିଗୁମ୍ମା (K.sakil Dora)– ଲକ ଡାଉନ ହେଲା କାଳ। ପ୍ରଥମ ପର୍ଯ୍ୟାୟ ଲକ ଡାଉନ କିଛି ଦିନ ଘୁଞ୍ଚି ଯାଇଥିଲେ କ୍ୟାନସର ଅପେରେସନ ହୋଇଯାଇଥାନ୍ତା। ଠିକ ସମୟରେ କ୍ୟାନସର ଅପେରେସନ ହୋଇଥିଲେ , ହୁଏତ ଗରୀବ କର୍କଟ ରୋଗୀ ତାରିଣୀ ଚରଣ ପଣ୍ଡା ବଂଚିଯାଇଥାନ୍ତେ। କିନ୍ତୁ ଲକ ଡାଉନ ଯୋଗୁଁ ତାରିଣୀ ର ଚିକିତ୍ସା ହେଲା ନାହିଁ। ବର୍ତ୍ତମାନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ତାରିଣୀ। ଏହିଭଳି ଏକ ଦୁଃଖଦ କାହାଣୀ ହେଉଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ଗ୍ରାମର ଗରୀବ ବ୍ରାହ୍ମଣ ପରିବାର ର ।
ବୋରିଗୁମ୍ମା ବ୍ଲକ ର ଗୁମୁଡା ଗ୍ରାମରେ ତାରିଣୀ ଚରଣ  ପଣ୍ଡା, ସ୍ତ୍ରୀ ନମିତା ପଣ୍ଡା ଓ ଗୋଟିଏ ପୁଅ ଗୋଟିଏ ଝିଅ କୁ ନେଇ ସଂସାର ଚାଲିଥିଲା। ତାରଣୀ ଙ୍କ କୌଣସି ଜମିଜମା ନ ଥିବା ବେଳେ ଜଳ ଯୋଗାଣ ବିଭାଗ ରେ ଅସ୍ଥାୟୀ ଭାବେ ଗୁମୁଡା ରେ କାମ କରୁଥିଲେ। ଏଥିସହ ନିଜର ବ୍ରାହ୍ମଣ କୌଳିକ ବୃତ୍ତି କରୁଥିଲେ। କିନ୍ତୁ ହସ ଖୁସିର ସଂସାର ରେ ହଟାତ, ନିଆଁ ଲାଗିଯାଇଥିଲା।ଯେତେବେଳେ ଜାଣିଲେ ଯେ ତାରିଣୀ କ୍ୟାନସର ରୋଗରେ ପୀଡିତ।ଗତ ଜାନୁଆରୀ ମାସରେ ପ୍ରାରମ୍ଭିକ ପର୍ଯ୍ୟାୟରେ ତାରିଣୀ କଟକ ସ୍ଥିତ ଶ୍ରୀ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ କୁ ପରୀକ୍ଷା କରାଇଥିଲେ।ସେଠାରେ ତାରିଣୀ ଙ୍କ ମୁହଁ ରେ କ୍ୟାନସର ହୋଇଛି ବୋଲି ଜାଣିବା ପରେ ତୁରନ୍ତ ଅପେରେସନ ପାଇଁ ପ୍ରସ୍ତୁତ ହୋଇଥିଲେ।
କିନ୍ତୁ ଅପେରେସନ ମାର୍ଚ୍ଚ ୨୪ ତାରିଖରେ  ହେବାର ଥିଲା, କିନ୍ତୁ ପ୍ରଥମ ପର୍ଯ୍ୟାୟ ଲକ ଡାଉନ ମାର୍ଚ୍ଚ ୨୪ ତାରିଖରେ ଆରମ୍ଭ ହେବା ଯୋଗୁଁ ତାରିଣୀ ନ୍କ କ୍ୟାନସର ଅପେରେସନ ହୋଇପାରିଲା ନାହିଁ। ଶେଷରେ ନିରାଶ ହୋଇ କଟକ ରୁ ଏକ ଗାଡ଼ି ଭଡା କରି ନିଜ ଗାଁ ଗୁମୁଡା କୁ ଫେରିଥିଲେ। ଲକ ଡାଉନ କେବେ ଖୋଲିବ ଭାବି ଭାବି ଶେଷରେ କ୍ୟାନସର ବୃଦ୍ଧି ପାଇବାରେ ଲାଗିଲା। କୌଣସି ଉପାୟ ନ ପାଇ ଅପେରେସନ ପାଇଁ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ।
ସେଠାରେ ବି କୌଣସି ସହାୟତା ମିଳିଲା ନାହିଁ। ଶେଷର କିଛି ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ କଟକ ପହଂଚିଛନ୍ତି। କଟକ ର ଶ୍ରୀ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।ବର୍ତ୍ତମାନ ନେଡି ଗୁଡା କହୁଣୀ କୁ ବୋହିଲା ଭଳି କ୍ୟାନସର ତାରିଣୀ ଦେହରେ କାୟା ବିସ୍ତାର କରିଛି। ତେବେ କେବେ ହେବ ତାରିଣୀ ଙ୍କ କ୍ୟାନସର ଅପେରେସନ, ଡାକ୍ତର ମାନେ ଠିକ ଭାବେ କହିପାରୁ ନଥିବା ବେଳେ କ୍ୟାନସର ର ଶେଷ ରେପୋର୍ଟ ଅପେକ୍ଷା କରିଛନ୍ତି ପରିବାର ବର୍ଗ। ତେବେ ତାରିଣୀ ଖଖୁବଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରାନ୍ତୁ ,ଗୁମୁଡା ଗ୍ରାମବାସୀ କାମନା କରିଛନ୍ତି।
Leave A Reply