Odisha news

ନିଜ ଘର ଆଲମିରା ରେ ରଖନ୍ତୁ ଏହିସବୁ ଜିନିଷ : ଲକ୍ଷ୍ମୀଙ୍କ କୃପାରୁ ହେବ ଧନ ବୃଦ୍ଧି

0

ଆମେ ସମସ୍ତେ ସବୁବେଳେ ଚାହିଁ ଥାଉ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆମ ଉପରେ ରହିଥାଉ l କିନ୍ତୁ ଅଧିକାଂଶ ସମୟରେ ଅନେକ ପରିଶ୍ରମ ଦ୍ୱାରା ମଧ୍ୟ ଧନ ଲାଭ ହୋଇ ନଥାଏ l ତେଣୁ ବାସ୍ତୁ ରେ ଥିବା କିଛିଟା ଉପାୟ ଦ୍ୱାରା ଆମେ ମା ଲକ୍ଷ୍ମୀଙ୍କ କୃପା ଲାଭ କରି ପାରିବା l ମାନ୍ୟତା ଅନୁସାରେ ନିଜ ଆଲମାରୀ ରେ କିଛିଟା ଜିନିଷକୁ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ l

* ହଳଦିଆ କଉଡି –
ମା ଲକ୍ଷ୍ମୀଙ୍କୁ ହଳଦିଆ କଉଡ଼ି ଖୁବ ପସନ୍ଦ ଅଟେ l କୁହାଯାଏ ଯେ ଏହାକୁ ଆଲମିରା ରେ ନିହାତି ରଖିବା ଆବଶ୍ୟକ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ମଧ୍ୟ ହୋଇଥାଏ l

* ପଦ୍ମ ଫୁଲ –
ବିଷ୍ନୁ ଙ୍କ ହାତରେ ଓ ମା ଲକ୍ଷ୍ମୀଙ୍କ ଆସନରେ ପଦ୍ମ ଫୁଲ ରହିବା ଖୁବ ଶୁଭ ଅଟେ l କିନ୍ତୁ ଯଦି ଲକ୍ଷ୍ମୀଙ୍କ ନିକଟରେ ସମର୍ପଣ ହୋଇଥିବା ପଦ୍ମ ଫୁଲକୁ ନିଜ ଆଲମିରା ରେ ରଖିବେ ତେବେ ଲକ୍ଷ୍ମୀଙ୍କ କୃପା ଲାଭ କରିବେ l ଯେବେବି ଫୁଲଟି ସମ୍ପୂର୍ଣ ଶୁଖିଯିବ ତୁରନ୍ତ ପରିବର୍ତ୍ତନ କରି ଦିଅନ୍ତୁ l

* ଖଣ୍ଡ ହଳଦୀ –
କୁହାଯାଏ ଯେ ଧାର୍ମିକ କାର୍ଯ୍ୟରେ ହଳଦୀର ପ୍ରୟୋଗ ଖୁବ ଶୁଭ ଅଟେ l ଆପଣ କିଛିଟା ଖଣ୍ଡ ହଳଦୀକୁ ନେଇ ଗୋଟିଏ ହଳଦିଆ କିମ୍ବା ନାଲି କପଡା ରେ ବାନ୍ଧି ଲକ୍ଷ୍ମୀଙ୍କୁ ସ୍ପର୍ଶ କରାଇ କରାଇ ଆଲମିରା ରେ ରଖି ଦିଅନ୍ତୁ l

* ନାଲି ରଙ୍ଗର ବସ୍ତ୍ର –
ମା ଲକ୍ଷ୍ମୀଙ୍କୁ ନାଲି ରଙ୍ଗର କପଡା ଖୁବ ପସନ୍ଦ ଅଟେ l ଆପଣ ଖଣ୍ଡିଏ ନାଲି କାପଡ଼ାକୁ ଲକ୍ଷ୍ମୀଙ୍କୁ ସ୍ପର୍ଶ କରାଇ ସେଥିରେ ୨୧ କିମ୍ବା ୧୧ ଟଙ୍କା ବାନ୍ଧି ଧନ ରଖିଥିବା ସ୍ଥାନରେ ରଖି ଦିଅନ୍ତୁ l ଏହାଦ୍ୱାରା ଲ;ଅକ୍ଷ୍ମୀଙ୍କ କୃପା ଲାଭ ହେବ l

Nalco
Leave A Reply