ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଚକ୍ରବାତି ତୋଫାନ ଭୟଙ୍କର ରୁପ ନେଉଛି।ବର୍ତ୍ତମାନ୍ ଘଣ୍ଟା ପ୍ରତି ୧୫କିଲୋିଟର ଅତିକ୍ରମ କରୁଛି ୟାଷ। ବର୍ତ୍ତମାନ୍ ପାରାଦ୍ଵୀପ ଠାରୁ ୨୦୦ କିଲୋମିଟର୍ ଦୁର ରେ ରହିଛି। ଲ୍ୟାଣ୍ଡ ଫଲ ସମୟ ରେ ପବନ ର ବେଗ ୧୮୫ କିଲୋମିଟର୍ ବେଗରେ ବହିବାର ଆଶଙ୍କା ରହିଛି। ଆଜି ରାତି ୯ଟା ପରଠାରୁ ପବନର ବେଗ ବଢିବ ।୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ ପାଖରେ କେନ୍ଦ୍ରଭୂତ ହେବ ୟାସ। ଆସନ୍ତା କାଲି ମଧ୍ୟ ପ୍ରବଳ ବର୍ଷା ହେବ। NDRF, ଅଗ୍ନିଶମ, ଓଡ୍ରଫ ଦଳ ର ୪୦୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜି ରାତି ୯ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି SRC ଙ୍କ ପକ୍ଷ ରୁ ସୂଚନା ଦିଆଯାଇଛି।

Comments are closed.