ନୂଆଦିଲ୍ଲୀ: କୋଭିଡ୍ ୧୯ ମୁକାବିଲା ପାଇଁ ମାସ୍କ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ନୂଆ ଗାଇଡଲାଇନ୍ସ ଜାରି କରିଛି। ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲ୍ର ସମସ୍ତ କର୍ମଚାରୀ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଜରୁରୀ।
- ମେଡିକାଲ୍ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମଧ୍ୟ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଆବଶ୍ୟକ। ଏପରି କି କୋଭିଡ୍ ୧୯ ସଂକ୍ରମଣ ନ ଥିବା ଓ୍ୱାର୍ଡରେ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାସ୍କ ପିନ୍ଧିବା ଜରୁରୀ।
- ୬୦ ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡ଼ି ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି ସାମାଜିକ ଦୂରତା ସମ୍ଭବ ହେଉ ନାହିଁ ତେବେ ସେହି ସ୍ଥଳରେ ସେମାନେ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଆବଶ୍ୟକ। ସେହିପରି ଅନ୍ୟମାନେ ଥ୍ରୀ-ଲେୟର୍ ଫାଭ୍ରିକ୍ ମାସ୍କ ପିନ୍ଧିବା ଉଚିତ୍। ଏହି ମାସ୍କକୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ।
- ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲ୍ର ସମସ୍ତ କର୍ମଚାରୀ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଜରୁରୀ।
- ଖାଲି ବସ୍ କିମ୍ବା ଟ୍ରେନ୍ରେ ନୁହେଁ ବରଂ ଗ୍ରୋସେରି ଷ୍ଟୋର୍, କର୍ମ କ୍ଷେତ୍ର, ସାମାଜିକ ସମାବେଶ, ଜନ ସମାବେଶ, ସର୍ବ ସାଧାରଣ ଇତ୍ୟାଦି ସ୍ଥାନରେ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।
- ନିୟମିତ ପରିଷ୍କାର କପଡ଼ାର ମାସ୍କର ବ୍ୟବହାର କରନ୍ତୁ।
- ଗୋଷ୍ଠୀ ସଂକ୍ରମଣ ଥିଲେ ସାଧାରଣ ଲୋକ ମଧ୍ୟ ମେଡିକାଲ୍ ଗ୍ରେଡ୍ ମାସ୍କ ବ୍ୟବହାର କରିବେ।
ସେହିପରି ହାତ ନ ଧୋଇ ମାସ୍କ ଛୁଇଁବା କିମ୍ବା ବାରମ୍ବାର ଖୋଲିବା ଓ ଲଗାଇବାରୁ ଦୂରେଇ ରହିବା ପାଇଁ WHO ପରାମର୍ଶ ଦେଇଛି।