ପ୍ରତି ବର୍ଷ ଅପ୍ରେଲ ମାସ ୨୨ ତାରିଖ ଦିନଟିକୁ ପୃଥିବୀ ଦିବସ ଭାବରେ ପାଳନ କରାଯାଇ ଥାଏ l ଯାହାର ମୁଖ୍ୟ ଉଦେଶ୍ୟ ହେଉଛି ପୃଥିବୀକୁ ସଂରକ୍ଷଣ କରିବା ଓ ପର୍ଯ୍ୟାବରଣ କୁ ନେଇ ଲୋକଙ୍କ ମଧ୍ୟରେ ସଚେତନ କରିବା l ବିଶେଷ ଭାବରେ ଆମ ଦେଶରେ ପୃଥିବୀ କୁ ମା ର ସମ୍ମାନ ଦିଆଯାଇ ଥାଏ l କିନ୍ତୁ ଏତେ ଗୁଡିଏ ମହତ୍ୱ ସତ୍ୱେ ମଧ୍ୟ ଗଛ ଗୁଡିକୁ ଖୁବ ଦ୍ରୁତ ଗତିରେ କଟା ଚାଲିଛି l ତେଣୁ ଲୋକ ମାନଙ୍କୁ ଅଧିକ ରୁ ଅଧିକ ଗଛ ଲଗାଇବା ପାଇଁ ପ୍ରେରିତ କରାଯାଉଛି l
ପୃଥିବୀ ଦିବସରେ କିଛିଟା ବିଶେଷ ସନ୍ଦେଶ ଯାହାକି ଆଗାମୀ ପିଢ଼ିକୁ ଗୋଟିଏ ସୁସ୍ଥ ଜୀବନ ଦେବ –
– ଆଗାମୀ ପିଢ଼ିକୁ ଯଦି ଗୋଟିଏ ସୁସ୍ଥ ଜୀବନ ଦେବାର ଅଛି ତେବେ ଆମକୁ ପୃଥିବୀ ମା କୁ ରକ୍ଷା କରିବାକୁ ପଡିବ l
– ନିଜ ସନ୍ତାନ ମୁଣ୍ଡରେ ଗୋଟିଏ କଥା ଭରନ୍ତୁ ଯେପରି ପର୍ଯାବରଣ କୁ ରକ୍ଷା କରିବେ ଓ ପୃଥିବୀ ମା ର ଋଣ ସୁଝିବେ l
– କେତେ ଲୋକଙ୍କୁ ସୁଖ ଦେଇଛି ଓ କେତେ ଲୋକଙ୍କ ଜୀବନ ବଞ୍ଚାଇଛି , କିନ୍ତୁ ଧରଣୀ ରାଣୀ ର ଋଣ କଣ ଆମେ ସୁଝି ପାରୁଛୁ l
– ଆଜିର ଯେଉଁ ପୃଥିବୀ ଟାଙ୍ଗରା ଭୂମିରେ ପରିଣତ ହୋଇଛି , ତାହାକୁ ସବୁଜିମା ରେ ଭରିବା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ତବ୍ୟ ଅଟେ l
* ଆମ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ ଯେ ସେମାନେ ରୁମ ରେ ରୁହନ୍ତୁ କିମ୍ବା ନରୁହନ୍ତୁ ବିନା କାରଣରେ ଫ୍ୟାନ, ଲାଇଟ, କୁଳର, ଏସି ଇତ୍ୟାଦି ର ସୁଇଜ ଅନ କରିଦେଇ ଯିବା l ଆମ ମାନଙ୍କର ଧାରଣା ରହିଥାଏ ଯେ ଆମେ ବିଜୁଳି ବିଲ ଦେଉଥିବା କାରଣରୁ ଆମେ ବିଜୁଳି ର ଅପବ୍ୟବହାର କରିପାରିବୁ l କିନ୍ତୁ ଆପଣ ହୁଏତ ଜାଣି ନଥିବେ ଏହାଦ୍ୱାରା ଆମ ପୃଥିବୀର ଗୋଟିଏ ବଡ଼ ସମ୍ପତ୍ତିର କ୍ଷତି ହେଉଛି l ତେଣୁ ବିଜୁଳି ର ଦୂରଉପଯୋଗ କରନ୍ତୁ ନାହିଁ l
* ଅନେକ ସମୟରେ କାଗଜ ନଷ୍ଟ କରିବା କିଛିଟା ଲୋକଙ୍କର ଗୋଟିଏ ବଡ଼ ଖରାପ ଗୁଣ ହୋଇଥାଏ l କିନ୍ତୁ କାଗଜ ନଷ୍ଟ କରିବା ଉଚିତ ନୁହେଁ l ଆମେ ପଲିଥିନ ସାଇତି ରଖିଥାଇ କିନ୍ତୁ ଅନ୍ୟ ପକ୍ଷରେ କାଗଜ କୁ ସାମାନ୍ୟ ବ୍ୟବହାର କରି ଫିଙ୍ଗି ଦେଇଥାଉ l ଗଛକୁ କାଟି କାଗଜ ପ୍ରସ୍ତୁତ କରାଯାଇ ଥାଏ ଏହା ସମସ୍ତେ ଜାଣି ମଧ୍ୟ କାଗଜ କୁ ନଷ୍ଟ କରି ଥାଆନ୍ତି l
* ଠାରେ ଭାବିଲେ ଦେଖି ଆପଣଙ୍କୁ ଯଦି ଅଧିକ ଶୋଷ ଲାଗୁଛି ଆପଣ ପାଣି ମୁନ୍ଦିଏ ପିଇବା ପାଇଁ କୁଆଡେ କୁଆଡେ ନ ବୁଲୁଛନ୍ତି l ବିଜ୍ଞାନ ଅନୁସାରେ ଜଣେ ମଣିଷ ପାଣି ନପିଇ ଅତି ବେଶୀରେ ୩ଦିନ ଜୀବିତ ରହି ପାରିବ l ପାଣି ପିଇବା ସହିତ ଘରୋଇ ବ୍ୟବହାର ରୋଷେଇ, ଗାଧୋଇବା, ଶୌଚ ହେବା, ଲୁଗା ଧୋଇବା ଇତ୍ୟାଦିରେ ମଧ୍ୟ ଲାଗିଥାଏ l କିନ୍ତୁ ଅନେକ ସମୟରେ ପାଣିର ଖୁବ ଦୁରୁପଯୋଗ ମଧ୍ୟ ହୋଇଥାଏ l ଅନେକ ଲୋକ ବାସନ ଧୋଇବା ସମୟରେ ମଧ୍ୟ ପାଣିକୁ ଖୋଲି ନଷ୍ଟ କରିଥାଉ ଯାହାକି ଠିକ ନୁହେଁ l ଯଦି ପାଣି ଆପଣଙ୍କ ର ଗୋଟିଏ ଅତି ଆବଶ୍ୟକୀୟ ଜିନିଷ ଅଟେ ତେବେ କଣ ପାଣି କୁ ନଷ୍ଟ କରିବା ଜରୁରୀ l ତେଣୁ ସେଥିପାଇଁ ସଚେତନ ରୁହନ୍ତୁ l
* ପ୍ଲାଷ୍ଟିକ କୁ ଗୋଟିଏ ସୁବିଧା ଜନକ ଜିନିଷ ଭାବରେ ବ୍ୟବହାର କରିଥାଉ l କାହିଁକି ନା ଏଥିରେ ଅନେକ ଗୁଡିଏ ଜିନିଷ କୁ ରଖା ଯାଇ ପାରିଥାଏ l କିନ୍ତୁ ଏହି ପ୍ଲାଷ୍ଟିକ ପର୍ଯାବରଣ କୁ ନଷ୍ଟ କରି ଦେଇଥାଏ l କାହିଁକି ନା ଅନେକ ବର୍ଷ ଧରି ମାଟି ତଳେ ପ୍ଲାଷ୍ଟିକ ପୋତି ହୋଇ ରହିବ ଦ୍ୱାରା ମଧ୍ୟ ମାଟିରେ ମିଶି ନଥାଏ l ଯାହାକି ପୃଥିବୀ ପାଇଁ ଗୋଟିଏ ବଡ଼ ବିପଦ ଅଟେ l
* ଗାଡିର ଆବିଷ୍କାର କରାଯାଇଛି ମନୁଷ୍ୟ କମ ସମୟରେ ଅନେକ ଦୂରତା ପର୍ଯ୍ୟନ୍ତ ଯାଇ ପାରିବ l କିନ୍ତୁ ଲୋକେ ମାତ୍ର ୨୦୦ ମିଟର ଯିବା ପାଇଁ ଗାଡିର ବ୍ୟବହାର କରି ଥାଆନ୍ତି l ଯେଉଁ କାର ରେ ୮ଜଣ ବସି ଯାଇ ପାରିବେ ସେଥିରେ ମାତ୍ର ଜଣେ ବ୍ୟକ୍ତି ବସି ଅଫିସ ଯାଇଥାଏ l ଯେଉଁ କାରଣରୁ ପର୍ଯାବରଣ ରେ ବାୟୁ ପ୍ରଦୂଷଣ ସହିତ ପୃଥିବୀ ରୁ ଇନ୍ଧନ ସରିସରି ଆସୁଛି l ତେଣୁ ମଣିଷ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବା ଆବଶ୍ୟକ l