ଆମେ ବିବାହ ହେଉକି ବିଭିନ୍ନ ଭୋଜିଭାତ ରେ ଆଜିକାଲି ବିଶେଷ ଭାବରେ ତନ୍ଦୁରି ରୁଟି ଦେଖିବାକୁ ପାଇଥାଉ l ତନ୍ଦୁର ରୁଟି ଉଭୟ ଶାକାହାରୀ ଓ ମାଂସାହାରୀ ହୋଇଥାଏ l ତେଣୁ ଏହି ରୁଟି ଖାଇବା ପାଇଁ ଅନେକ ଲୋକ ପସନ୍ଦ କରି ଥାଆନ୍ତି l କିନ୍ତୁ ଆପଣ ଯେଉଁ ତନ୍ଦୁର ରୁଟିକୁ ଏତେ ଆଗ୍ରହ ରେ ଖାଉଛନ୍ତି କେବେ ଥରେ ଭାବିଛନ୍ତି ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେଉଁସବୁ ପ୍ରଭାବ ପକାଇଥାଏ l ତନ୍ଦୁର ରୁଟିରେ କାର୍ବୋହାଇଡ୍ରେଟ ଓ କ୍ୟାଲୋରୀ ର ମାତ୍ରା ଖୁବ ଅଧିକ ରହିଥାଏ l ଏହାର ଅର୍ଥ ଗୋଟିଏ ତନ୍ଦୁର ରୁଟିରେ ପାଖାପାଖି ୧୨୦ କ୍ୟାଲୋରୀ ରହିଥାଏ l ଏଥିରେ ପ୍ରୋଟିନ ତ ରହିଥାଏ, କିନ୍ତୁ ଆପଣଙ୍କ ଦୈନିକ ଆବଶ୍ୟକତା ର ମାତ୍ର ୬ ପ୍ରତିଶତ ପ୍ରଦାନ କରିଥାଏ l ଅଧିକାଂଶ ଲୋକେ ରେସ୍ଟୁରଣ୍ଟ ରୁ ତନ୍ଦୁର ରୁଟି ଅର୍ଡର ଦେଇ ଥାଆନ୍ତି , କିନ୍ତୁ ଆପଣ କଣ ଜାଣିଛନ୍ତି ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇଥାଏ l
ରେସ୍ଟୁରାଣ୍ଟ ରେ ପ୍ରସ୍ତୁତ ତନ୍ଦୁର ରୁଟି ରେ ବଟର ଓ ଅନହେଲଦି ଫ୍ୟାଟ ଭରପୁର ମାତ୍ରାରେ ରହିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ମଇଦା ଆପଣଙ୍କ ସ୍ୱାସ୍ଥ୍ୟ ଓ ପେଟ ପାଇଁ ଆଦୌ ଠିକ ନୁହେଁ l ମଇଦା ନିୟମିତ ସେବନ କରିବା ଦ୍ୱାରା ଡାଇଜେସନ ସମସ୍ୟା ଦେଖା ଦେଇଥାଏ , ଏହାଛଡା କୋଷ୍ଠ କାଠିନ୍ୟ, କୋଲେଷ୍ଟ୍ରଲ ବୃଦ୍ଧି ଇତ୍ୟାଦି ଦେଖିବାକୁ ମିଳିଥାଏ l ଯେଉଁ କାରଣରୁ ଅନେକ ପ୍ରକାର ରୋଗ ବୃଦ୍ଧି ହୋଇଥାଏ l
ରେଷ୍ଟରାଣ୍ଟ ର ତନ୍ଦୁର ରୁଟି ଖାଇବା କାହିଁକି ଉଚିତ ନୁହେଁ -;
* ରେଷ୍ଟରାଣ୍ଟ ରେ ତନ୍ଦୁର ରୁଟିରେ ଅନେକ ପ୍ରକାର ଅସ୍ୱାସ୍ଥ୍ୟକର ଜିନିଷ ର ବ୍ୟବହାର ହୋଇଥାଏ l ଏହାକୁ ସେବନ କରିବା ଦ୍ୱାରା ଶରୀର ରେ ରକ୍ତ ଶର୍କରା ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ ଓ ଯେଉଁ ମାନଙ୍କୁ ମଧୁମେହ ହୋଇନାହିଁ ସେମାନେ ମଧ୍ୟ ରୋଗରେ ପୀଡିତ ହୋଇ ପାରନ୍ତି l ଏହାଛଡା ତନ୍ଦୁର ରୁଟି ରେ ଗ୍ଲlଇସେମିକ ପ୍ରଚୁର ମାତ୍ରାରେ ରହିଥାଏ l ଯାହାକି ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ l
* ଗୋଟିଏ ଗବେଷଣା ଅନୁସାରେ ରେଷ୍ଟରାଣ୍ଟ ପ୍ରସ୍ତୁତ ହେଉଥିବା ତନ୍ଦୁର ରୁଟି କୁ ତିଆରି କରିବା ସମୟରେ କାଠ, କୋଇଲା ଓ ଚାରକୋଲ ରେ ରନ୍ଧା ଯାଇ ପ୍ରସ୍ତୁତ କରାଯାଇ ଥାଏ l ଏହିସବୁ ଜିନିଷ ବାୟୁ ପ୍ରଦୂଷଣ ର କାରଣ ଅଟନ୍ତି l ଯାହାକି ହାର୍ଟ ଡିଜିଜ ର ମଧ୍ୟ କାରଣ ହୋଇଥାଏ l ବ୍ରିଟେନ ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ ବାୟୁ ପ୍ରଦୂଷଣ କରୁଥିବା ଜିନିଷ ରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଓ ତାହାକୁ ସେବନ କରିବା ଦ୍ୱାରା ହାର୍ଟ ଆଟାକ ଓ ହାର୍ଟ ଫେଲିଅର ସମସ୍ୟା ଅଧିକ ବୃଦ୍ଧି ପାଇଥାଏ l
* ସାଧାରଣ ଭାବରେ ତନ୍ଦୁର ରୁଟି ମଇଦା ରେ ପ୍ରସ୍ତୁତ ହୋଇଥାଏ l କିନ୍ତୁ ରିଫାଇଣ୍ଡ ଅଟା ସେବନ କରିବା ଦ୍ୱାରା ମୋଟା ହେବାର ରିସ୍କ ଅଧିକ ବୃଦ୍ଧି ହୋଇଥାଏ l ରିଫାଇଣ୍ଡ ଅଟା ସେବନ ଶରୀର ରେ ଫ୍ୟାଟ ବୃଦ୍ଧି କରିଥାଏ ଓ ଫ୍ୟାଟ ଆକ୍ସିଡେସନ ଅଟକାଇ ଥାଏ l
* ରିଫାଇଣ୍ଡ କାର୍ବୋହାଇଡ୍ରେଟ ଅଧିକ ସେବନ କରିବା ଦ୍ୱାରା ଷ୍ଟ୍ରେସ, ଡିପ୍ରେସନ ଓ ଅନେକ ପ୍ରକାରର ମେଣ୍ଟାଲ ଈସୁ ବୃଦ୍ଧି ପାଇଥାଏ l ରିଫାଇଣ୍ଡ ଅଟା ମସ୍ତିଷ୍କ କୁ ଭିତରୁ ଫୁଲାଇ ଦେଇଥାଏ , ତେଣୁ ଅଧିକ ତନ୍ଦୁର ରୁଟି ସେବନ କରିବା ଠିକ ନୁହେଁ l