Odisha news

ଯଦି ଶୀତ ଋତୁରେ ରୁମ ହିଟର ବ୍ୟବହାର କରୁଛନ୍ତି ଏହିସବୁ କଥାକୁ ନିହାତି ଧ୍ୟାନ ଦିଅନ୍ତୁ ନଚେତ ହୋଇ ପାରନ୍ତି ଏହିସବୁ ସମସ୍ୟାର ସମୁଖୀନ : ରିସର୍ଚ୍ଚ

0

ଶୀତ ଋତୁରେ ଆମେ ଘରକୁ ଉଷୁମ ରଖିବା ପାଇଁ ଓ ଥଣ୍ଡା ପ୍ରକୋପ ରୁ ରକ୍ଷା ପାଇବା ପାଇଁ ରୁମ ହିଟର ବ୍ୟବହାର କରିଥାଉ l କାହିଁକି ନା ଯଦି ହାଲୁକା ଥଣ୍ଡା ପବନ ଆସିଥାଏ ତେବେ ଦେହ କାଲୁଆ ହୋଇ ଯାଇଥାଏ l ଏପରି ସ୍ଥିତି ରେ ଆମେ ରୁମ ହିଟର ବ୍ୟବହାର କରିଥାଉ l ରୁମ ହିଟର ଅଧିକ ବ୍ୟବହାର କରିବା ଦ୍ୱାରା ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ l ରୁମ ହିଟର ରୁ କାର୍ବନ ମନୋକସାଇଡ଼ ଗ୍ୟାସ ନିର୍ଗତ ହୋଇଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ l

* ସାଇଲେଣ୍ଟ କିଲର ଅଟେ ରୁମ୍ ହିଟର –
ରୁମ ହିଟର କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁମ ଭିତରେ ଅନ କରି ଶୋଇବା ଉଚିତ ନୁହେଁ l ବିଶେଷ ଭାବରେ ଛୋଟ ପିଲାଙ୍କୁ ରୁମ ହିଟର ଅନକରି ଶୁଆଇବା ଉଚିତ ନୁହେଁ l ରୁମ ହିଟର ରୁ ନିର୍ଗତ ହେଉଥିବା ଗ୍ୟାସ କାର୍ବନ ମନୋକ୍ସାଇଡ ସାଇଲେଣ୍ଟ କିଲର ହୋଇଥାଏ l ଯାହା ସ୍ୱାସ୍ଥ୍ୟ କୁ ପ୍ରଭାବିତ କରିଥାଏ l

* ଗବେଷକ ଙ୍କ ମତରେ ଶୀତଋତୁ ରେ ରୁମ ହିଟର କୁ ସାବଧାନ ପୂର୍ବକ ବ୍ୟବହାର କରିବା ଆବଶ୍ୟକ l କଦାପି ବନ୍ଦ କୋଠରୀ ମଧ୍ୟରେ ରୁମ ହିଟର କୁ ଅନ କରି ଶୁଆନ୍ତୁ ନାହିଁ l ନଚେତ ଏହା ପ୍ରାଣ ଘାତକ ହୋଇପାରେ l

* ଗବେଷକ ଙ୍କ ମତରେ ଯଦି ରୁମ ମଧ୍ୟରେ ଭେଣ୍ଟିଲେସନ ନାହିଁ ତେବେ କଦାପି ରୁମ ହିଟର କୁ ରାତି ସାରା ଅନକରି ଶୁଆନ୍ତୁ ନାହିଁ l କାହିଁକି ନା ଏଥିରୁ ନିର୍ଗତ ହେଉଥିବା କାର୍ବନ ମନୋକ୍ସାଇଡ ଗ୍ୟାସ ଆମ ଶରୀରର ଅକ୍ସିଜେନ ସ୍ତର କୁ ବାଧାପ୍ରାପ୍ତ କରାଇଥାଏ l ଏହାଦ୍ୱାରା ପ୍ରଶ୍ୱାସ ନେବାରେ ବାଧା ମଧ୍ୟ ସୃଷ୍ଟି ହୋଇଥାଏ l

* ଯେଉଁ ବ୍ୟକ୍ତିମାନେ ଆସ୍ଥମା ରୋଗରେ ପୀଡିତ ସେମାନେ ରୁମ ହିଟର କମ ବ୍ୟବହାର କରିବା ଆବଶ୍ୟକ l ନଚେତ ପ୍ରଶ୍ୱାସ ନେବାରେ ବାଧା ଉପୁଜିଥାଏ l କାହିଁକି ନା ରୁମ ହିଟର କାରଣରୁ ଅକ୍ସିଜେନ ସ୍ତର ହ୍ରାସ ହୋଇଥାଏ l

* ଗବେଷକ ଙ୍କ ମତରେ ରୁମ ହିଟର କୋଠରୀ ମଧ୍ୟରେ ଆର୍ଦ୍ରତା ହ୍ରାସ କରିଥାଏ ଓ ତ୍ୱଚା ଶୁଷ୍କ ହୋଇଯାଇ ଥାଏ l

* ଅତ୍ୟଧିକ ରୁମ ହିଟର ର ବ୍ୟବହାର ଚକ୍ଷୁ କୁ ପ୍ରଭାବିତ କରିଥାଏ l ଏହାଦ୍ୱାରା ଚକ୍ଷୁ ର ଡ୍ରାଏ ନେସ ସମସ୍ୟା ବଢି ଯାଇଥାଏ l

* ଯେଉଁ ବ୍ୟକ୍ତି ମାନଙ୍କର ଏଲର୍ଜୀ ସମସ୍ୟା ରହିଛି ସେମାନେ ଆଦୌ ରୁମ ହିଟର ବ୍ୟବହାର କରିବା ଉଚିତ ନୁହେଁ l

Leave A Reply