ଶୀତଋତୁରେ ଆମ ଖାଦ୍ୟ ପେୟ ଶୈଳୀ ର ବହୁତ ପରିବର୍ତ୍ତନ ହୋଇଥାଏ, ଯାହାକି ପେଟ ସଫା ନହେବାର ଗୋଟିଏ ବଡ଼ କାରଣ l ଯେଉଁଠି ବୃଦ୍ଧ ବ୍ୟକ୍ତିମାନେ ପୂର୍ବରୁ ଏହି ସମସ୍ୟା କୁ ସମୁଖୀନ ହେଉଥିଲେ ତାହା ବର୍ତମାନ ଯୁବକ ମାନେ ଏହାର ସମୁଖୀନ ହେଉଛନ୍ତି l କୋଷ୍ଠ କାଠିନ୍ୟ ଡାଇଜେସନ ସମ୍ବନ୍ଧିତ ଗୋଟିଏ ଶାରୀରିକ ସମସ୍ୟା ଅଟେ, ଯେଉଁ କାରଣରୁ ମଳ ଖୁବ ହାର୍ଡ ହୋଇଯାଇଥାଏ l ଏବଂ ପେଟ ଠିକ ଭାବରେ ଖାଲି ହୋଇନଥାଏ l ତେଣୁ ଅନେକ ସମସ୍ୟା ସମୁଖୀନ ହେବାକୁ ପଡିଥାଏ l ‘
– ପେଟ ସଫା ପାଇଁ କରନ୍ତୁ ଏହି କାର୍ଯ୍ୟ –
* ସକାଳୁ ସର୍ବ ପ୍ରଥମେ ବିଛଣାରୁ ଉଠିଲେ ଉଷୁମ ପାଣି ସେବନ କରନ୍ତୁ, ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର l ଏହାଦ୍ୱାରା ପାଚନ କ୍ରିୟା ଖୁବ ଭଲ ହୋଇଥାଏ l ଏବଂ ଏହି ଉଷୁମ ପାଣି ସହିତ ଗୋଟିଏ ଚାମଚ ଏଲୋଭେରା ସେବନ କରନ୍ତୁ l
* ଫାଇବର ଅନ୍ତ କୁ ଠିକ ରଖିଥାଏ, ଏବଂ ଅନ୍ତ କୁ ଖାଲି କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଅଧି ଫାଇବର ଯୁକ୍ତ ଭୋଜନ ଯେପରିକି ଫଳମୂଳ, ପନିପରିବା ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ପ୍ରଚୁର ମାତ୍ରାରେ ସେବନ କରନ୍ତୁ l ଏହାଦ୍ୱାରା ଅନ୍ତ ସ୍ଥିରତା ରହିଥାଏ ଏବଂ ପେଟ ସଫା ରହିବାରେ ସାହାଯ୍ୟ କରେ l
* ତ୍ରିଫଳା ଗୋଟିଏ ଆୟୁର୍ବେଦିକ ଔଷଧି ଅଟେ, ଯାହା ପାଚନ ତନ୍ତ୍ର କୁ ସୁରକ୍ଷିତ ରଖିଥାଏ l ଏବଂ କୋଷ୍ଠ କଠିନ କୁ ଦୂର କରିଥାଏ l ଏପରି ସ୍ଥିତି ରେ ତ୍ରିଫଳା ସେବନ କରିବା ଖୁବ ଲାଭକାରୀ ଅଟେ l
* ପ୍ରତିଦିନ ସକାଳୁ ଡିଟକ୍ସ ୱାଟର ସେବନ ନିହାତି କରନ୍ତୁ, ଏହାକୁ ଅଦା, ହଳଦୀ, ଓ ଗୋଲମରିଚ ରେ ପ୍ରସ୍ତୁତ କରନ୍ତୁ l ଏବଂ ଏଥିରେ ସାମାନ୍ୟ ଲେମ୍ବୁ ମିଶାଇ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ଦୂର ହେବା ସହିତ ପେଟ ମଧ୍ୟ ସଫା ହୋଇଥାଏ l