Odisha news

ଆସିଗଲା ଶୀତଦିନ : ଆପଣାନ୍ତୁ ମିଲ୍କ୍ ପାଉଡର , ପାଆନ୍ତୁ କୋମଳ ଓ ସୁନ୍ଦର୍ ତ୍ୱଚା

0
ଆମେ ସମସ୍ତେ ଜାଣିଛୁ ମିଲ୍କ୍ ପାଉଡର ବିଶେଷ ଭାବରେ ଖାଦ୍ୟ ପାଇଁ ବ୍ୟବହାର ହୋଇଥାଏ । ଆମେ ଏହାର ବ୍ୟବହାର କ୍ଷୀରି ଓ ଛୋଟ ପିଲାଙ୍କ ଖାଇବାରେ ବ୍ୟବହାର କରିଥାଉ । କିନ୍ତୁ ଆପଣ ହୁଏତ ଜାଣି ନଥିବେ ଯେ ମିଲ୍କ୍ ପାଉଡର ଦ୍ଵାରା ସୌନ୍ଦର୍ଯ୍ୟ ଉପଚାର ମଧ୍ୟ କରାଯାଇ ଥାଏ । ବିଶେଷ ଭାବରେ ଏଥିରେ ଥିବା ଭିଟାମିନ ଇ ତ୍ୱଚା ପାଇଁ ଖୁବ୍ ଉପକାରୀ । ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମିଲ୍କ୍ ପାଉଡର ର ବ୍ୟବହାର ।
– ୨ ଚାମଚ୍ ମିଲ୍କ୍ ପାଉଡର , ୨ ଚାମଚ୍ କଫି ପାଉଡର ରେ ସାମାନ୍ୟ ନଡ଼ିଆ ତେଲ ମିଶାଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ରେ ଲଗାଇବା ପରେ ଏହାକୁ ସ୍କ୍ରବ୍ ଭାବରେ ମାଲିସ କରି ଥଣ୍ଡା ପାଣି ରେ ଧୋଇ ନିଅନ୍ତୁ । ଦେଖିବେ ତ୍ୱଚା କୋମଳ ହୋଇଯିବ ।
– ଗୋଟିଏ ଚାମଚ୍ ବେସନ ରେ ଗୋଟିଏ ଚାମଚ୍ ମିଲ୍କ୍ ପାଉଡର ରେ ସାମାନ୍ୟ କମଳା ରସ ମିଶାନ୍ତୁ । ଏହାକୁ ବେକ ଓ ମୁହଁ ରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ପାଣି ରେ ଧୋଇ ନିଅନ୍ତୁ । ମିଳିବ ଚମକ ତ୍ୱଚା ।
– ସ୍କିନ କୁ ଗ୍ଲୋଇଂ କରିବା ପାଇଁ ଦୁଇ ଚାମଚ୍ ମିଲ୍କ ପାଉଡର , ୨ଚାମଚ୍ ଦହି ଓ ଅଧା ଚାମଚ୍ ଲେମ୍ବୁ ରସ ମିଶାଇ ନିଅନ୍ତୁ । ଏହାକୁ ମୁହଁ ରେ ଲଗାଇ ୨୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏପରି କରିବା ଦ୍ବାରା ଦାଗ ଦୁର ହୋଇଥାଏ ।
– ଉଜ୍ଜଳ ତ୍ୱଚା ପାଇଁ ସପ୍ତାହକୁ ୩ଥର ମିଲ୍କ ପାଉଡର ଓ ହଳଦୀ କୁ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁ ରେ ଲଗାଇ ନିଅନ୍ତୁ । ଏହାଦ୍ବାରା ତ୍ୱାଚା ଚମକି ଉଠିବ ।
– ତୈଳ ଯୁକ୍ତ ତ୍ଵଚ ପାଇଁ ଆପଣ ନିୟମିତ ଭାବରେ ମିଲ୍କ ପାଉଡର , ମୂଲତାନି ମାଟି ଓ ଗୋଲାପ ଜଳ ରେ ପ୍ରସ୍ତୁତ ପେଷ୍ଟ ଲଗାଇ ପାରିବେ । ଏହା ବ୍ରଣ ସମସ୍ୟା କୁ ମଧ୍ୟ ଦୂର କରିଥାଏ ।
– ମିଲ୍କ ପାଉଡର ରେ ଭିଟାମିନ ଇ, ଭିଟାମିନ ସି ଓ ବି6 ରହିଥାଏ । ଯାହା ଷ୍କିନ କୁ ନେଚୁରାଲ ରଖିବା ସହିତ ଡେଡ୍ ସ୍କିନ କୁ ରୀପେୟର କରିଥାଏ ଓ ଏଯିଂ ସମସ୍ୟା ଠାରୁ ଦୂରେଇ ରଖେ ।
Nalco
Leave A Reply