Odisha news

ମା ଲକ୍ଷ୍ମୀ ଙ୍କର ଏହିସବୁ ମନ୍ଦିର କୁ ଦର୍ଶନ କରିବା ଦ୍ୱାରା ଦୂର ହୋଇଥାଏ ଜୀବନର ସମସ୍ତ ବାଧା ବିଘ୍ନ

0
ଧନ ର ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକ ବିଭିନ୍ନ ବ୍ରତ ଇତ୍ୟାଦି କରି ଥାଆନ୍ତି । ବିଧି ବିଧାନ ଅନୁସାରେ ପୂଜା ଇତ୍ୟାଦି କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ମାତା ଲକ୍ଷ୍ମୀଙ୍କ ର ଏପରି ମନ୍ଦିର ରହିଛି ଯେଉଁଠାରେ କେବଳ ଦର୍ଶନ ମାତ୍ରକେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଠାରେ ଏହି ମନ୍ଦିରରେ ମା ମହାଲକ୍ଷ୍ମୀ ଙ୍କ ପୂଜା କରାଯାଇ ଥାଏ ।
* ମହାଲକ୍ଷ୍ମୀଙ୍କ ମନ୍ଦିର ମୁମ୍ବାଇ : –
ମୁମ୍ବାଇ ର ଅନେକ ପ୍ରାଚୀନ ମନ୍ଦିର ମାନଙ୍କ ମଧ୍ୟରୁ ଏହି ମନ୍ଦିର ଗୋଟିଏ । ଏହା ଆରବ ସାଗର କୂଳରେ ବି ଦେଶାଇ ମାର୍ଗରେ ଅବସ୍ଥିତ ଅଟେ । ଯାହା କି ଲୋକ ମାନଙ୍କର ଅସ୍ଥାର ମୁଖ୍ୟ କେନ୍ଦ୍ର ଅଟେ । ମୁମ୍ବାଇ ର ଏହି ମହାଲକ୍ଷ୍ମୀ ମନ୍ଦିରରେ ମା ସରସ୍ଵତୀ ଓ ମା କାଳୀ ବିରାଜ ମାନ କରିଛନ୍ତି । ମାନ୍ୟତା ରହିଛି ଯେ ଏହି ମନ୍ଦିରକୁ ଦର୍ଶନ ମାତ୍ରକେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
* ଲକ୍ଷ୍ମୀ ନାରାୟଣ ମନ୍ଦିର ନୂଆଦିଲ୍ଲୀ :-
ନୂଆଦିଲ୍ଲୀ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ମଧ୍ୟ ଖୁବ୍ ପ୍ରସିଧ ଅଟେ । ଏହି ମନ୍ଦିରରେ ଦେବୀ ଲକ୍ଷ୍ମୀ ବିଷ୍ଣୁଙ୍କ ସହିତ ବିରାଜ ମାନ କରିଛନ୍ତି । ଏହି ମନ୍ଦିରର ବିଶେଷତା ହେଉଛି ଯେ ଏଠାକୁ କେହି ଆସି ଖାଲି ହାତରେ ଫେରି ନ ଥାଆନ୍ତି । ୧୬୨୨ ରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା ।
* ପଦ୍ମାବତୀ ମନ୍ଦିର ତ୍ରରୁଚୂରା :-
ଏହି ମନ୍ଦିରଟି ଜଗତ ବିଖ୍ୟାତ ଅଟେ । ଏହା ଆନ୍ଧ୍ର ପ୍ରଦେଶର ତିରୁପତି ନିକଟରେ ଅବସ୍ଥିତ । ଏହି ମନ୍ଦିରକୁ ନେଇ ଏହା ମାନ୍ୟତା ରହିଛି ଯେ ତିରୁପତି ବାଲାଜୀ ଙ୍କ ନିକଟରେ ମନସ୍କାମନା ସେତେବେଳେ ପୂର୍ଣ୍ଣ ହୋଇଥାଏ ଯେତେବେଳେ ବାଲାଜୀ ଙ୍କ ସହିତ ମା ପଦ୍ମାବତୀ ଙ୍କ ଆଶୀର୍ବାଦ ମିଳିଥାଏ ।
* ମହାଲକ୍ଷ୍ମୀ ମନ୍ଦିର ଇନ୍ଦୋର :-
ମଧ୍ୟ ପ୍ରଦେଶ ର ଇନ୍ଦୋର ସ୍ଥିତ ମହାଲକ୍ଷ୍ମୀ ଙ୍କ ମନ୍ଦିର ମଧ୍ୟ ଜଗତ ବିଖ୍ୟାତ ଅଟେ । ଏହାର ନିର୍ମାଣ ୧୮୩୨ ରେ ହୋଇଥିଲା । ମାନ୍ୟତା ରହିଛି ଯେ ଏଠାରେ ଦୀପାବଳୀ ଦିନ ଭକ୍ତ ମାନଙ୍କ ର ଭିଡ ଲାଗିଥାଏ ଯାହା ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
IEC 2 years
Leave A Reply