ଶୀତଋତୁରେ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ରାତିରେ ଶୋଇବା ସମୟରେ ମୋଟା ମୋଜା ପିନ୍ଧି ଶୋଇ ଥାଆନ୍ତି l ଆପଣଙ୍କ କହି ରଖୁଛୁ ଯେ ଏହି ଅଭ୍ୟାସ କାରଣରୁ ବ୍ଲଡ଼ ଶର୍କୁଲେସନ ରେ ବାଧା ହୋଇଥାଏ l ମୋଜା କାରଣରୁ ତାପମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ l ଏହା ଛଡା ଆହୁରି ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ l
* ବ୍ଲଡ଼ ଶର୍କୁଲେସନ ରେ ବାଧା ହୋଇଥାଏ :
ଆପଣ ଯଦି ରାତି ସମୟରେ ଟାଇଟ ଓ ମୋଟା ମୋଜା ପିନ୍ଧିବେ ଶୋଇବେ, ତେବେ ଏହି କାରଣରୁ ଆପଣଙ୍କ ରକ୍ତ ସଂଚାଳନ ରେ ବାଧା ଉପୁଜି ଥାଏ l ଗୋଡ଼ ଝିମଝିମ ହେବା ସହିତ ଗୋଡ଼ ଅଟକିବା ସମସ୍ୟା ଦେଖା ଦିଏ l
* ଏଲର୍ଜୀ ସମସ୍ୟା :
ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ଏଲର୍ଜୀ ସମସ୍ୟା ଦେଖା ଦେଇଥାଏ l ଯେଉଁ କାରଣରୁ କାଶ ଅତ୍ୟାଧିକ ପରିମାଣରେ ହୋଇଥାଏ ଓ ଛିଙ୍କ ସମସ୍ୟା ମଧ୍ୟ ଦେଖା ଦିଏ l
* ଶରୀରର ତାପମାତ୍ରା ବୃଦ୍ଧି :
ଶୀତଋତୁ ରେ ମୋଜା ପିନ୍ଧି ଘୋଡେଇ ହୋଇ ଶୋଇବା ଦ୍ୱାରା ଶରୀର ଗରମ ହୋଇ ତାପମାତ୍ରା ବୃଦ୍ଧି ପାଇଥାଏ l ଏପରି ହେବା ଦ୍ୱାରା ଦେହ ବ୍ୟସ୍ତ ଲାଗିବା ସହିତ ନିଦ ମଧ୍ୟ ହୋଇ ନଥାଏ l
* ରକ୍ତଚାପ ସମସ୍ୟା :
ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ବେଳେବେଳେ ରକ୍ତଚାପ ବୃଦ୍ଧି ହୋଇଥାଏ l ଏହି ସମୟରେ ମୁଣ୍ଡ ଭାରି ଲାଗିବା ସହିତ ଝାଳ ମଧ୍ୟ ପ୍ରଚୁର ପରିମାଣରେ ବାହାରି ଥାଏ l ତେଣୁ ଶୀତଋତୁ ରେ ରାତିରେ ମୋଜା ପିନ୍ଧି ଶୋଇବା ଉଚିତ ନୁହେଁ l ଏହା ଛଡା ହାର୍ଟ ଉପରେ ମଧ୍ୟ ପ୍ରଭାବ ପଡିଥାଏ l ରକ୍ତ ଠିକ ଭାବରେ ପମ୍ପିଂ ହେବାରେ ବାଧା ସୃଷ୍ଟି ହୋଇଥାଏ l