ବର୍ତ୍ତମାନ୍ ଶୀତଋତୁ ଆରମ୍ଭ ହୋଇ ଯାଇଛି । ହାଲ୍କା ହାଲ୍କା ଥଣ୍ଡା ମଧ୍ୟ ଲାଗୁଛି । ଶୀତଋତୁ ମଧ୍ୟ ଅନେକ ରୋଗ ଦ୍ଵାରା ଆମେ ଆକ୍ରାନ୍ତ ହୋଇଥାଉ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଏହି ଋତୁରେ ନିଜର ଖାଦ୍ୟ ପେୟ ର ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ଆମର ଭୁଲ୍ ଜୀବନ ଯାପନ ପ୍ରଣାଳୀ ଆମକୁ ରୋଗରେ ପୀଡିତ କରିଥାଏ । ସର୍ଦ୍ଦି, ଥଣ୍ଡା ଓ କାଶ ଦ୍ଵାରା ଅଧିକ ଆକ୍ରାନ୍ତ ହୋଇ ଥାଆନ୍ତି ।
* ଓମେଗା 3 ଫ୍ୟାଟି ଏସିଡ ପ୍ରତିଦିନ ସେବନ କରନ୍ତୁ । କାରଣ ଶୀତଋତୁ ରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ସର୍ଦ୍ଦି କାଶ, ଅଧିକ ଦେଖା ଦେଇଥାଏ । ତେଣୁ ନିଜ ଖାଦ୍ୟରେ ଆଖରୋଟ, ଅଲାମଣ୍ଡ, ଓ ଫ୍ୟାଟି ଏସିଡ ପ୍ରବଳ ରହିଥାଏ । ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ ।
* ଶରୀରକୁ ଗରମ୍ ରଖିବା ଉଚିତ୍ । ତେଣୁ ଏପରି ପୋଷାକ ପିନ୍ଧିବା ଆବଶ୍ୟକ ଯାହା ଦ୍ଵାରା ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ଘୋଡେ଼ଇ ହୋଇ ରହିବ ।
* ଏହି ଋତୁରେ କାର୍ବୋ ହାଇଦ୍ରେଟ ଖାଇବା ବଢ଼ି ଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ କର୍ବୋ ହାଇଡ୍ରେଟ୍ ଶରୀରରେ ସେରୋଟନିନ ହାର୍ମନ ବୃଦ୍ଧି କରିଥାଏ । ଯେଉଁ କାରଣରୁ ମୁଡ୍ ଖରାପ ହୋଇ ଯାଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ । ଯେଉଁଥିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ ।
* ଶୀତଋତୁ ରେ ଅଧିକାଂଶ ଲୋକ ପାଣି ପିଇବା କମାଇ ଦେଇ ଥାଆନ୍ତି । ଯାହାର ଖରାପ୍ ପ୍ରଭାବ ଶରୀର ଓ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଯାହାର ପ୍ରଭାବ ଚର୍ମ ଓ କେଶ ଉପରେ ପଡିଥାଏ । ଏଥିପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ ।
* ଏହି ଋତୁରେ ପ୍ରଚୁର ଫଳ ଓ ପନିପରିବା ଖାଇବା ଉଚିତ୍ । ଏହାଦ୍ବାରା ଶରୀରକୁ ଭିଟାମିନ ଏ, ସି, ବି ଓ ଫାଇବର ରହିଥାଏ । ଫଳ ଓ ପନିପରିବା ଇମ୍ୟୁନିଟି ବୃଦ୍ଧି କରିଥାଏ ।