କ୍ୟାନ୍ସର ଶବ୍ଦଟି ହିଁ ମନରେ ଗୋଟିଏ ପ୍ରକାରର ଭୟ ଜାଗ୍ରତ କରିଥାଏ l କ୍ୟାନ୍ସର ପୀଡିତ ହେବାର ଅନେକ କାରଣ ରହିଛି, ସେଥିରୁ ଗୋଟିଏ ହେଲା ଆମର ଖାଦ୍ୟ ପଦାର୍ଥ l ତେଣୁ ଆଜି ଆମେ ଜାଣିବା ଜରୁରୀ କେଉଁ କେଉଁ ଖାଦ୍ୟ ପଦାର୍ଥ କ୍ୟାନ୍ସର ଦ୍ୱାରା ପୀଡିତ କରିଥାଏ l ଏହିସବୁ ଖାଦ୍ୟ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରାଣ ଘାତକ ବୋଲି ଦର୍ଶାଇଛି l
-ପ୍ରଥମଟି ହେଲା ପ୍ରୋସେସଡ଼ ମିଟ ବା ରେଡ ମିଟ ରହିଛି , ଯାହାକି କ୍ୟାନ୍ସର ର କାରଣ ଅଟେ l ରେଡ ମିଟ ଖାଇବା ଦ୍ୱାରା କୋଲେlରେକଟଲ, ଅଗ୍ନ୍ୟାଶୟ, ଓ ପ୍ରୋଷ୍ଟେଟ କ୍ୟାନ୍ସର ର ବିପଦ ବଢ଼ିଯାଇ ଥାଏ l ରେଡ ମିଟ ସ୍ଥାନରେ ଶସ୍ୟ ଜାତୀୟ ପ୍ରୋଟିନ ଖାଦ୍ୟ କିମ୍ବା ମାଛ ଖାଇ ପାରିବେ l
– WHO ର ସୂଚନା ଅନୁସାରେ ମଦ୍ୟ ପାନ ଯେତେ କମ ସମ୍ଭବ ସେତେ କମ କରନ୍ତୁ l ଆଲକୋହଲ କୁ ଗ୍ରୁପ 1ରେ ରଖାଯାଇଛି l ଯାହା କୁ ସେବନ କରିବା ଦ୍ୱାରା କ୍ୟାନ୍ସର ପୀଡିତ ହେବାର ସମ୍ଭାବନା ରହିଛି l ମଦ୍ୟ ପାନ ଦ୍ୱାରା ମୁଖ ଗହ୍ୱର କ୍ୟାନ୍ସର, ଗଳା କ୍ୟାନ୍ସର, ସ୍ତନ କ୍ୟାନ୍ସର, ଯକୃତ କ୍ୟାନ୍ସର, ପେଟ କ୍ୟାନ୍ସର ଓ ଆନ୍ତନାଳୀ କ୍ୟାନ୍ସର ହେବାର ସମ୍ଭାବନା ରହିଛି l
– ଦକ୍ଷିଣ ପୂର୍ବ ଏସିଆ ରେ ଓ ବିଶେଷ ଭାବରେ ଭାରତରେ ଲୁଣି ମାଛ ଓ ଶୁଖୁଆ ର ଖୁବ ଅଧିକ ବ୍ୟବହାର ହୋଇଥାଏ l କିନ୍ତୁ ଏହି ଲୁଣି ମାଛ ଓ ଶୁଖୁଆ କ୍ୟାନ୍ସର ର କାରଣ ହୋଇଥାଏ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦୁଇଟି ଜିନିଷ କୁ କ୍ୟାନ୍ସର କାରକ ବୋଲି ଦର୍ଶାଇଛି l
– ମୋଟାପା ଅନେକ ଗୁଡିଏ ରୋଗର କାରଣ ହୋଇଥାଏ l ଏବଂ ଏହା ମଧ୍ୟ କ୍ୟାନ୍ସର ର କାରଣ ହୋଇଥାଏ l ସୁଗାର ଡ୍ରିଙ୍କ ଓ ନନ ଡାଏଟ ସୋଢା ସେବନ ଦ୍ୱାରା ମୋଟାପା ବୃଦ୍ଧି ହୋଇଥାଏ ଏବଂ ଏହା ମଧ୍ୟ କ୍ୟାନ୍ସର ର କାରଣ ଅଟେ l
– ଶରୀରର ମୋଟାପା ଅନେକ ଗୁଡିଏ ରୋଗର କାରଣ ଅଟେ l କ୍ୟାନ୍ସର ଠାରୁ ଦୁରେଇ ରହିବା ପାଇଁ ଫାଷ୍ଟ ଫୁଡ ଓ ହାଇ ଫ୍ୟାଟ, ଷ୍ଟାର୍ଚ୍ଚ କିମ୍ବା ସୁଗାର ଯୁକ୍ତ ଅନ୍ୟ ପ୍ରୋସେସଡ଼ ଫୁଡ କମ ସେବନ କରିବା ଜରୁରୀ l