ଅନେକ ଗୁଡିଏ ଗମ୍ଭୀର ଶାରୀରିକ ସମସ୍ୟା ମଧ୍ୟରୁ କ୍ୟାନ୍ସର ଗୋଟିଏ l ଏହି ରୋଗ ଶରୀରର ଯେ କୌଣସି ଅଂଶ ରେ ହୋଇପାରେ l ଏବଂ ଅନେକ ସମୟ ରେ ବିନା କୌଣସି ସଂକେତ ରେ ମଧ୍ୟ ହୋଇଥାଏ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଗୋଟିଏ ରିପୋର୍ଟ ଅନୁସାରେ ଅଧ୍ୟୟନ କରାଯାଇ ଜଣା ପଡିଛି ଯେ ହ୍ୱାଇଟ ବ୍ରେଡ ଓ ମଦ ସେବନ କରିବା ଦ୍ୱାରା କୋଲରେକଟଲ କ୍ୟାନ୍ସର ର ସମ୍ଭାବନା ଅଧିକ ବଢ଼ିଯାଇ ଥାଏ l କୋଲରେକଟଲ କ୍ୟାନ୍ସର ସାଧାରଣ ଭାବରେ ଖାଦ୍ୟ ପେୟ ରେ ଅନିୟମିତତା, ଧୁମ୍ରପାନ ଅଧିକ କରିବା, ମଦ୍ୟପାନ ଅଧିକ କରିବା ଦ୍ୱାରା କ୍ୟାନ୍ସର ର ଲକ୍ଷଣ ଦେଖାଯାଇ ଥାଏ l ଯାହାକି ଓଜନ ହ୍ରାସ, ଥକା ଲାଗିବା, ରକ୍ତ ହୀନତା ର ଶିକାର, ବିନା କାରଣ ରେ ଜ୍ୱର ରପିଡ଼ିତ ହେବା ଇତ୍ୟାଦି l
* ଏହି ଅଧ୍ୟୟନ ଅନୁସାରେ ଧଳା ବ୍ରେଡ ରିଫାଇଣ୍ଡ ଅଟାରେ ପ୍ରସ୍ତୁତ ହୋଇଥାଏ l ଯାହାକି ଶରୀର ରେ ଇନ୍ସୁଲିନ ସ୍ତର କୁ ବୃଦ୍ଧି କରିଥାଏ l ଅନ୍ୟ ପକ୍ଷରେ ମଦରେ ଆଲକୋହଲ ରହିଥାଏ ଯାହାକି କ୍ୟାନ୍ସର ସମସ୍ୟା ବୃଦ୍ଧି କରିଥାଏ l
* ଏହାଛଡା ମଦ୍ୟପାନ ଦ୍ୱାରା ଶରୀର ରେ ଆକ୍ସିଡେଟିଭ ଷ୍ଟ୍ରେସ ବୃଦ୍ଧି ହୋଇଥାଏ, ଯାହାକି କ୍ୟାନ୍ସର ସେଲ ବିକାଶ କରିବାରେ ମୁଖ୍ୟ କାରଣ ଅଟେ l ତେଣୁ ଏହି ଅଧ୍ୟୟନ ରେ କୁହାଯାଇ ଥିଲା ଯେ ଦୁଇଟି ଜିନିଷ କୁ କଦାପି ନିଜ ଖାଦ୍ୟ ରେ ସାମିଲ କରିବା ଉଚିତ ନୁହେଁ l
* ଏହାଛଡା ଅତ୍ୟଧିକ ପିଜା, ବର୍ଗର ସେବନ ମଧ୍ୟ ଦିନକୁ କ୍ୟାନ୍ସର ବୃଦ୍ଧି କରୁଥିବାର କାରଣ ଅଟେ l ଅତ୍ୟଧିକ ଏହି ଦୁଇଟି ଜିନିଷ ସେବନ କରିବା ଉଚିତ ନୁହେଁ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଅଧ୍ୟୟନ ଅନୁସାରେ ଏହିସବୁ ଖାଦ୍ୟ ଶରୀରରେ ପ୍ରତିକ୍ରିୟା ଦେଖାଉଥିବା ରାସାୟନିକ ପଦାର୍ଥ ସୃଷ୍ଟି କରି ଥାଆନ୍ତି ଯାହାକି ଶରୀର ପାଇଁ କ୍ଷତି କାରକ l
* ଏହିସବୁ ଖାଦ୍ୟ ସହିତ କୌଣସି ସଫ୍ଟ ଡ୍ରିଂକ୍ସ ଯଦି ସେବନ କରିଥାଉ ତେବେ ଏହା ଶରୀର ପାଇଁ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ l ଏହିସବୁ ଖାଦ୍ୟ ଶରୀର ରେ ଇନ୍ସୁଲିନ ସ୍ତର କୁ ବୃଦ୍ଧି କରିଥାଏ, ଏବଂ ରକ୍ତଚାପ ସ୍ତର କୁ ବୃଦ୍ଧି ମଧ୍ୟ କରିଥାଏ l