Odisha news

ପଶ୍ଚିମବଙ୍ଗ : ୬୦ ବର୍ଷ ହେଲାଣି ପ୍ରତେକବର୍ଷ ମତଦାନ ସମୟରେ ୱେଷ୍ଟବେଙ୍ଗଲରେ ଦେଖାଯାଇଥାଏ ରକ୍ତର ହୋଲି

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ଏଭଳି ଗୋଟିଏ ରାଜ୍ୟ ଯେଉଁଠି ଆଜି ପର୍ଯ୍ୟନ୍ତ ବିନା କୌଣସି ହିଂସାରେ କୌଣସି ମତଦାନ ସମ୍ପୂର୍ଣ ହୋଇ ନାହିଁ l ଏହା ରାଜ୍ୟର ଲୋକ ମାନଙ୍କର ଦୁର୍ଭାଗ୍ୟ କହିବା ନା ବାଧ୍ୟତା ମୂଳକ କାରଣରୁ ଗଲା ୬୦ ବର୍ଷ ଧରି ଏଭଳି ଛୋଟମୋଟ ରକ୍ତପାତ ଘଟଣା ଦେଖିବାକୁ ମିଳୁଛି ଓ ଘଟୁଛି l ଯାହା ସେମାନଙ୍କୁ ଶନିବାର ଦିନ କୁଚ ବିହାରରେ ଦେଖିବାକୁ ମିଳିଥିଲା l ଇତିହାସ ସଖି ରହିଛି ମତଦାନ ସମୟରେ ପ୍ରତେକ ରାଜନୈତିକ ଦଳ ହିଂସାକୁ ଗୋଟିଏ ହତିଆର ଭାବରେ ବ୍ୟବହାର କରିଥାନ୍ତି l ଏହା ଅଲଗା କଥା ଯେ ସମୟ ବଦଳିବ ସହିତ ପାର୍ଟିର ଚିହ୍ନ ରଙ୍ଗ ମଧ୍ୟ ବଦଳି ଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ହିଂସା ସେହିଭଳି ରହିଛି l

ଏହା ପ୍ରଥମ ଥର ପାଇଁ ବଙ୍ଗଳା ରାଜନୀତିରେ ଘଟିନି ,ନିର୍ବାଚନ ଆୟୋଗ ପାଇଁ ଏଭଳି ଆହ୍ୱାନ ପ୍ରତେକ ସମୟରେ ଆସିଥାଏ l ଯାହା ରାଜ୍ୟର ସ୍ୱତନ୍ତ୍ରତା ଓ ନିସ୍ପକ୍ଷ ମତଦାନ କରାଇବା ଅସମ୍ଭବ ହୋଇ ଯାଇଥାଏ l ଏଭଳି କାରଣକୁ ଆଖିଆଗରେ ରଖି ମତଦାନ ଆୟୋଗ ସୁରକ୍ଷା କର୍ମୀ ମାନଙ୍କୁ ମୁତୟନ କରିଥିଲେ l ତାହା ସତ୍ୱେ ମଧ୍ୟ କେହି ଦାବି କରି ପାରିବେ ନାହିଁ ଯେ ବିନା ହିଂସାରେ ସେଠାରେ ମତଦାନ ହୋଇ ପାରିବ l ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ୧୯୬୦ ରୁ ମତଦାନର ହତିଆର ହୋଇ ସାରିଛି l

ସେଠାରେ ସବୁବେଳେ ଶାସନ ଓ ପ୍ରଶାସନ ମତଦାନକୁ ନେଇ ସଚେତନ ରହିଥାନ୍ତି l ଅନେକ ବର୍ଷରୁ ରାଜନୀତିରେ ଚାଲିଥିବା ଏହି ରକ୍ତର ଖେଳ ପଛରେ ତିନିଟି ମୁଖ୍ୟ କାରଣ ରହିଛି l ସେଗୁଡିକ ହେଲା ବେରୋଜଗାରୀ ,ମୁଖ୍ୟ ଦଳର ପ୍ରଭୁତ୍ୱ ଓ ପ୍ରତିଦିନ ନୂଆ ନୂଆ ଦଳ ମୁଣ୍ଡ ଟେକିବା l ଯେକୌଣସି ଦଳ ଶାସନ କଲେ ମଧ୍ୟ ପଶ୍ଚିମ ବଙ୍ଗରେ ମତଦାନ ସମୟରେ ହିଂସା ହେବ ଏକ ସାଧାରଣ କଥା ବୋଲି ବିସ୍ଲେସକ ମାନେ ମତ ଦେଇଛନ୍ତି l କେବଳ ବିଧାନସଭା ମତଦାନ ନୁହେଁ ,ପଞ୍ଚାୟତ ଓ ନଗର ପାଳିକା ମତଦାନରେ ମଧ୍ୟ ହିଂସା ଦେଖା ଦେଇଥାଏ l

Leave A Reply