Odisha news

ବିନା ଜିମ୍ ରେ କେବଳ ଏହି ୫ଟି ଅଭ୍ୟାସ ଦ୍ୱାରା ନିଜକୁ କରନ୍ତୁ ପତଳା

0

ଆଜିକାଲି ପ୍ରାୟ ସମସ୍ତେ ନିଜର ମୋଟାପଣ କୁ ନେଇ ଚିନ୍ତିତ ରହୁଛନ୍ତି l ବିଶେଷ ଭାବରେ ଏହି ସମସ୍ୟା ମହିଳା ଓ ଯୁବକ ମାନଙ୍କ ନିକଟରେ ବିଶେଷ ଭାବରେ ଦେଖିବାକୁ ମିଳୁଛି l ଓଜନ ବୃଦ୍ଧି କରିବା ଯେତେ ସହଜ ହୋଇଥାଏ ହ୍ରାସ କରିବା ସେତେ ସହଜ ନୁହେଁ l ତେଣୁ ଓଜନ ହ୍ରାସ କରିବା ପାଇଁ ଆପଣଙ୍କୁ କିଛିଟା ଭଲ ଅଭ୍ୟାସ ନିଜ ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିବାକୁ ପଡିବ l ଏହାଦ୍ୱାରା ଆପଣଙ୍କ ଓଜନ ମେଣ୍ଟେନ ହେବା ସହିତ ଆପଣ ମଧ୍ୟ ଫିଟ ରହିବେ l

ଓଜନ ହ୍ରାସ କରିବ ଏହି ଅଭ୍ୟାସ -:

୧- ଖାଇବା ପରେ ଉଷୁମ ପାଣି ସେବନ କରନ୍ତୁ :
ଆପଣ ନିଜ ଭିତରେ ଏହି ଅଭ୍ୟାସ ରଖନ୍ତୁ ଯେ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ଗୋଟିଏ ଗ୍ଲାସ ଉଷୁମପାଣି ପାଣି ପିଇବା ଆବଶ୍ୟକ l ଏହାଦ୍ୱାରା ଆପଣଙ୍କ ଖାଦ୍ୟ ଠିକ ଭାବରେ ହଜମ ହୋଇଥାଏ ଓ ମୋଟାପଣ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l ମିଠା ଓ ତୈଳ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ନିହାତି ଉଷୁମ ପାଣି ସେବନ କରିବା ଉଚିତ l ଦିନ ସାରା ଉଷୁମ ପାଣି ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବା ସହିତ ମେଟାବୋଲିଯିମ ବୃଦ୍ଧି ହୋଇଥାଏ l

୨- ଖାଇବା ପୂର୍ବରୁ ନିହାତି ସାଲାଡ଼ ଖାଇବା ଉଚିତ :
ଯେବେବି ଆପଣ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ କରୁଛନ୍ତି ତାର ଅଧଘଣ୍ଟା ପୂର୍ବରୁ ନିହାତି ସାଲାଡ଼ ଖାଇବା ଜରୁରୀ l ଏହାଦ୍ୱାରା ମେନ ମିଲ କମ ଖାଇବେ, ସାଲାଡ଼ ଖାଇବା ଦ୍ୱାରା ମେଟାବୋଲିଯିମ ବୃଦ୍ଧି ହୋଇଥାଏ ଓ ଶରୀର କୁ ପୋଷାକ ତତ୍ୱ ମିଳିଥାଏ l

୩- ଖାଇବା ପରେ ନିହାତି ଚାଲିବା ଜରୁରୀ :
ଖାଇବା ପରେ ନିଜର ଅଭ୍ୟାସ ରଖନ୍ତୁ ଯେ ଯେମିତି ୧୦ – ୧୫ ମିନିଟ ଚାଲିବା ଜରୁରୀ l ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିବ l ଏହାଦ୍ୱାରା ମୋଟାପଣ  ନିୟନ୍ତ୍ରତ ହୋଇଥାଏ l

୪- ଘରର ଛୋଟ ଛୋଟ କାମ କରନ୍ତୁ :
ନିଜକୁ ଆକ୍ଟିଭ ରଖିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ l ଯେପରିକି ଘର ଝାଡୁ କରିବା, ଗଛକୁ ପାଣି ଦେବା, ଘର ସଜାଡ଼ିବା ଇତ୍ୟାଦି କାମରେ ନିଜକୁ ସାମିଲ କରନ୍ତୁ l

୫- ଅଧିକ ସମୟ ଗୋଟିଏ ସ୍ଥାନରେ ବସିବା ଠିକ ନୁହେଁ :
ଆପଣ ଯଦି ନିର୍ଦ୍ଧିଷ୍ଟ ସ୍ଥାନରେ ଗୋଟିଏ ପ୍ରକାର ଦୀର୍ଘ ସମୟ ଧରି ବସୁଛନ୍ତି ଏହାଦ୍ୱାରା ମେଦ ବହୁଳତାର ଶିକାର ହୋଇ ପାରନ୍ତି l ତେଣୁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ନବସି ମଝିରେ ମଝିରେ ଉଠି ଚାଲିବା ଆବଶ୍ୟକ l

Leave A Reply

Your email address will not be published.