Odisha news

ମହିଳାମାନେ କାହିଁକି ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ ନୁହେଁ, କଣ ରହିଛି ଏହା ପଛର ଧାର୍ମିକ ମାନ୍ୟତା

0

ବିଭିନ୍ନ ପ୍ରଣାମ ମାନଙ୍କ ମଧ୍ୟରୁ ସାଷ୍ଟାଙ୍ଗ ପ୍ରଣାମ ହେଉଛି ଗୋଟିଏ ପ୍ରକାର ପ୍ରଣାମ l ଯେଉଁଠାରେ ଶରୀରର ସମସ୍ତ ଅଙ୍ଗ ଭୂମିକୁ ଛୁଇଁ ଥାଏ l ଏହି ନମସ୍କାର ବିଶେଷ ଭାବରେ ନିଜ ଗୁରୁ ଙ୍କ ନିକଟରେ ଓ ମନ୍ଦିରରେ କରାଯାଇ ଥାଏ l ପୂର୍ବ କାଳରେ ଗୁରୁକୁଳ ରେ କରାଯାଉଥିଲା ଓ ଏହା ପଛର କାରଣ ହେଉଛି ଅହଂକାର ର ବିନାଶ ହୋଇଥାଏ ଓ ସେ ନିଜର ବିନମ୍ରତା ର ବିକାଶ ହୋଇଥାଏ l

ସାଷ୍ଟାଙ୍ଗ ପ୍ରଣାମର ମହତ୍ୱ -:

* ସାଷ୍ଟାଙ୍ଗ ପ୍ରଣାମ କରିବା ଦ୍ୱାରା ବ୍ୟକ୍ତିର ଅହଂକାର ର ବିନାଶ ହୋଇଥାଏ l ଏହା ସୂଚେଇ ଦେଇଥାଏ ଯେ ଯେତେ ପ୍ରଭାବଶାଳୀ ଓ ଧନଶାଳୀ ବ୍ୟକ୍ତି ହେଲେ ସୁଧା ତାକୁ ସମୟ ଆସିଲେ ଭୂମିରେ ନିଶ୍ଚିତ ନଇଁବାକୁ ପଡିଥାଏ l

* ସାଷ୍ଟାଙ୍ଗ ପ୍ରଣାମ ମଣିଷକୁ ଜୀବନର ପ୍ରକୃତ ଅର୍ଥ ବୁଝାଇଥାଏ ଓ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ମଣିଷ ମନର ଅଭିମାନ କୁ ବିନାଶ କରିଥାଏ l

* ସାଷ୍ଟାଙ୍ଗ ପ୍ରଣାମ ଈଶ୍ୱରଙ୍କ ନିକଟରେ ପହଞ୍ଚିବାର ଗୋଟିଏ ମାଧ୍ୟମ ଅଟେ ଓ ମନରେ ଦୟା,ବିନମ୍ରତା ଭରିବାରେ ସାହାଯ୍ୟ କରିଥାଏ l

* ବ୍ୟକ୍ତିର ମନୋବଳ ବଢ଼ାଇ ସକାରାତ୍ମକ ଶକ୍ତି ଭରିଥାଏ ସାଷ୍ଟାଙ୍ଗ ପ୍ରଣାମ l

* ମସଲସ ସ୍ଟିମୁଲେଟ ଓ ଆକ୍ଟିଭ କରିଥାଏ ଓ ପୁରୁଷଙ୍କୁ ଉର୍ଜାବାନ କରାଇଥାଏ l

ନାରୀମାନେ କାହିଁକି ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ ନୁହେଁ -:

ସାଷ୍ଟାଙ୍ଗ ପ୍ରଣାମ ସମସ୍ତ ପ୍ରଣାମ ଗୁଡିକ ଠାରୁ ଖୁବ ଉର୍ଦ୍ଧ ରେ l କିନ୍ତୁ ଏହା ନାରୀ ମାନଙ୍କ ପାଇଁ ପ୍ରତିବନ୍ଧ ଅଟେ l ଯେତେବେଳେ ଆମେ ସମାଜ ରେ ମାନସମାନ ର କଥା କହିଥାଉ ସେତେବେଳେ ଏହି ପ୍ରଶ୍ନ ଉଠିଥାଏ ଯେ କଣ ପାଇଁ ନାରୀ ମାନଙ୍କ ପାଇଁ ରହିଛି ପ୍ରତିବନ୍ଧକ l ଆସନ୍ତୁ ଆଜି ଜାଣିବା କାହିଁକି ନାରୀମାନେ ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ ନୁହେଁ l

* ଶାସ୍ତ୍ର ଅନୁସାରେ ନାରୀମାନେ ସାଷ୍ଟାଙ୍ଗ ପ୍ରଣାମ କରିବା ଉଚିତ ନୁହେଁ –

ଏହାର କାରଣ ହେଉଛି –
– ନାରୀମାନଙ୍କ ଅଷ୍ଟାଙ୍ଗ ଲକ୍ଷ୍ମୀ ରେ ପରିପୂର୍ଣ ଅଟେ l

– ସେହି ଅଷ୍ଟାଙ୍ଗ ଲକ୍ଷ୍ମୀଙ୍କ ମଧ୍ୟରୁ ଗୋଟିଏ ଅଙ୍ଗ ଲକ୍ଷ୍ମୀ ହେଉଛି ନାରୀଙ୍କ ବକ୍ଷ l

– ନାରୀର ବକ୍ଷ ଯଦି ପୃଥିବୀ କୁ ସ୍ପର୍ଶ କରିବ ତେବେ ଏହି ଭାରକୁ ପୃଥିବୀ ସହ୍ୟ କରି ପାରିବ ନାହିଁ l

– ଯଦିବି ପୃଥିବୀ ସହ୍ୟ କରିବ ତେବେ ସେ ନାରୀଙ୍କ ଅଷ୍ଟ ଲକ୍ଷ୍ମୀଙ୍କୁ ହରଣ କରିନେବ l

– ତେଣୁ ନାରୀମାନେ ସାଷ୍ଟାଙ୍ଗ ପ୍ରଣାମ ନକରି ଆଣ୍ଠେଇ ଦଣ୍ଡବତ ହୋଇ ଥାଆନ୍ତି l

Leave A Reply

Your email address will not be published.