Odisha news

ଓଜନ ହ୍ରାସ କରିବାରେ ରାମ ବାଣ ଅଟେ ଏହି ସବୁ ଖାଦ୍ୟ : ଏହିଭଳି ସେବନ କରି ନିଜକୁ ସୁସ୍ଥ ରଖନ୍ତୁ

0
ସୁସ୍ଥ ଜୀବନ ଶୈଳୀ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ନିଜ ଖାଦ୍ୟରେ ସାମିଲ କରିବା ନିହାତି ଜରୁରୀ । ଆମେ ଯେଉଁ ଖାଦ୍ୟ ଖାଇ ଥାଉ ତାହାକୁ ହଜମ କରିବା ପାଇଁ ଓ ଚୋବାଇବା ପାଇଁ ଊର୍ଯା ଖର୍ଚ୍ଚ ହୋଇଥାଏ । କିଛିଟା ଖାଦ୍ୟ ଖୁବ୍ କମ୍ କ୍ୟାଲୋରୀ ଯୁକ୍ତ ହୋଇଥାଏ ଯାହାକୁ ଆମେ ଖାଇବା ଦ୍ଵାରା ଶରୀରକୁ କ୍ୟାଲୋରୀ ମିଳିଥାଏ କିନ୍ତୁ ଓଜନ ହ୍ରାସ କରିପାରିବା ।
* କଞ୍ଚା କଦଳୀ ଗୋଟିଏ ଏଭଳି ପରିବା ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ଶକ୍ତି ତ ମିଳିଥାଏ , କିନ୍ତୁ ଓଜନ ହ୍ରାସ ମଧ୍ୟ ହୋଇଥାଏ । କଦଳୀ ରେ ଭିଟାମିନ କେ ଭରି ହୋଇ ରହିଥାଏ । ଏଥିରେ ବିଲକୁଲ୍ ଚର୍ବି ଗଚ୍ଛିତ ହୋଇ ଶରୀରରେ ରୁହେ ନାହିଁ ।
* ବ୍ରକୋଲି ଅନେକ ଗୁଡ଼ିଏ ଖଣିଜ ତତ୍ତ୍ଵ ଓ ଭିଟାମିନ ରେ ଭରପୁର । ଏହା ଏକ ଜିରୋ କ୍ୟାଲୋରୀ ଯୁକ୍ତ ଖାଦ୍ୟ । ବ୍ରକୋଲି ରେ ଭିଟାମିନ ସି ମଧ୍ୟ ଭରି ହୋଇ ରହିଛି । ଓଜନ ହ୍ରାସ କରିବା ପାଇଁ ବ୍ରକୋଲୀ ଖୁବ୍ ହିତକର ।
* ତରଭୁଜ ଗୋଟିଏ ଜିରୋ କ୍ୟାଲୋରୀ ଯୁକ୍ତ ଖାଦ୍ୟ । ଏଥିରେ ଆଣ୍ଟି ଅକ୍ସିଡ଼ାଣ୍ଟ ଓ ପାଣିର ମାତ୍ରା ଅଧିକ ରହିଛି । ଆମିନୋ ଏସିଡ ରହିଥିବା କାରଣରୁ ତରଭୁଜ ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ ।
* ବୀଟରୁଟ୍ ଆପଣଙ୍କ ରକ୍ତଚାପ କୁ କମାଇ ମସ୍ତିଷ୍କର ଶକ୍ତିକୁ ବଢାଇଥାଏ । ଏହା ଅକ୍ସିଡ଼ାଣ୍ଟ ରେ ଭରପୁର ହୋଇଥାଏ । ଏଥିରେ କମ୍ କ୍ୟାଲୋରୀ ରହିଥିବା କାରଣରୁ ଓଜନ ହ୍ରାସ କରିଥାଏ ।
Govt
Leave A Reply