ଗୋଟିଏ ସୁଖୀ ବୈବାହିକ ଜୀବନ ସମ୍ପୂର୍ଣ ଜୀବନକୁ ବଦଳାଇ ଦେଇଥାଏ l କିନ୍ତୁ ଅଧିକାଂଶ ସମୟରେ ଆମେ ଦେଖିବାକୁ ପାଇଥାଉ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ରେ ଅନେକ ତିକ୍ତତା ଆସିଥାଏ l ଯାହାକି ଗୋଟିଏ ପି[ଅରିବାର କୁ ଖଣ୍ଡ ବିଖଣ୍ଡିତ କରି ଦେଇଥାଏ l ଏହିସବୁ ମନୋମାଳିନ୍ୟ କୁ କିଛିଟା ଜ୍ୟୋତିଷ ଶାସ୍ତ୍ର କୁ ଆପଣାଇ ଆପଣ ନିଜ ଜୀବନରେ ସୁଖ ଶାନ୍ତି ଆଣି ପାରିବେ l
* କୁହାଯାଏ ଯେ ଗୁରୁ ଗ୍ରହ ଯଦି ରାଶିରେ ଅସନ୍ତୁଷ୍ଟ ରହି ଥାଆନ୍ତି ତେବେ ଜୀବନରେ ଅନେକ ବାଧା ବିଘ୍ନ ଆସିଥାଏ ଓ ପରିବାରରେ ଅଶାନ୍ତି ଏବଂ ମନୋମାଳିନ୍ୟ ଦେଖା ଦେଇଥାଏ l ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଭଗବାନ ବିଷ୍ନୁ ଙ୍କୁ ପୂଜା କରିବା ଦ୍ୱାରା ଏହି ଗୁରୁ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ l ନଚେତ ପ୍ରତିଦିନ ଏଥିପାଇଁ ସ୍ୱତନ୍ତ୍ର ଉପାୟ ଆପଣାଇ ବୈବାହିକ ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ l
* ଶାସ୍ତ୍ରର ମାନ୍ୟତା ଅନୁସାରେ ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଉଛି ତେବେ ପ୍ରତିଦିନ କଦଳୀ ଗଛ ମୂଳରେ ଜଳ ଦେଇ ଓ ହଳଦିଆ ଫୁଲ ଅର୍ପଣ କରି ପୂଜା କଲେ ବିଷ୍ନୁ ଙ୍କ ଆଶୀର୍ବାଦ ରୁ ଜୀବନରେ ଓ ପରିବାର ରେ ଶାନ୍ତି ରହିଥାଏ l ତା ସହିତ କଦଳୀ ଗଛକୁ ହଳଦିଆ ବସ୍ତ୍ର ମଧ୍ୟ ପିନ୍ଧାଇବା ଉଚିତ l
* ତୁଳସୀ ଭଗବାନ ବିଷ୍ନୁ ଙ୍କର ଖୁବ ପ୍ରିୟ ଅଟେ l ତେଣୁ ମାନ୍ୟତା ଅନୁସାରେ ଯେଉଁ ଘରର ଅଗଣାରେ ତୁଳସୀକୁ ପୂଜା କରାଯାଏ ସେଠାରେ ସମୃଦ୍ଧି ବାସ କରିଥାଏ l ତେଣୁ ପ୍ରତିଦିନ ତୁଳସୀ ପୂଜନର ମଧ୍ୟ ଖୁବ ମାହାତ୍ମ୍ୟ ରହିଛି l
* ସବୁଦିନ ସକାଳୁ ଉଠି ଉତର ଦିଗକୁ ମୁହଁ କରି ଓଁ ଉଚ୍ଚାରଣ ୧୦୮ ଥର କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯିବା ସହ ଘରେ ଶାନ୍ତି ରହିଥାଏ ଓ କଳହ ମଧ୍ୟ ଦୂର ହୋଇଥାଏ l
* ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର କରିବା ପାଇଁ ପ୍ରତିଦିନ ମିଳିତ ଭାବରେ ଶିବ ଓ ମାତା ପାର୍ବତୀଙ୍କୁ ଆରାଧନା କରି ଦୀପ ଟିଏ ଜଳାନ୍ତୁ l ଦେଖିବେ ଜୀବନରୁ ଅନେକ ବାଧା ବିଘ୍ନ ଦୁରେଇ ଯିବା ସହ ଶାନ୍ତି ମଧ୍ୟ ଲାଭ ହେବ l