ବିରିଡି, ୧୪ା୦୫ ; ବିରିଡି ବ୍ଲକ ଅନ୍ତର୍ଗତ ଉତରଶାସନ ଗ୍ରାମ ପଂଚାୟତରେ ଥିବା ୩ ନଂ ଓାର୍ଡର ପଥର ତୁଠ ଓ ଗୁଲିଗରଦା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ସୁଦ୍ଧ ପାନୀୟ ଜଳ ପାଇପାରୁନଥିବା କଥା ଲୋକମାନେ ବାରମ୍ବାର ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟିକୁ ଆଣୁଥିଲେ ମଧ୍ୟ ସେମାନଙ୍କ କଥାକୁ କେହି କର୍ଣ୍ଣ ଗୋଚର କରୁନଥିବା ଅଭିଯୋଗ କରୁଛନ୍ତି ।
ସେଠାକାର ବାସିନ୍ଦା ମାମିନା ବେହେରା, ରଶ୍ମିତା ବେହେରା, ରାନୁ ଭୋଇ, ମଧୁଶ୍ମିତା ବେହେରା, ମିତା ଭୋଇ, ତୁଳସୀ ବେହେରା, ସୁମିତ୍ରା ବେହେରା, ବାସନ୍ତୀ ଭୋଇ, ସୁରତୀ ଭୋଇ ଓ ଅନ୍ୟମାନେ କହିବା କଥା ହେଲା ଯେ ଗ୍ରାମାଂଚଳରେ ବସବାସ କରୁଥିବା ସମସ୍ତ ଲୋକମାନଙ୍କୁ ପାଖରେ ପାଇପ ବିଛାଇ ସୁଦ୍ଧ ପାନୀୟ ଜଳ ପହଂଚାଇବା ପାଇଁ ସରକାରଙ୍କ କଢା ନିଦେ୍ର୍ଧଶ ସତ୍ୱେ ବିରିଡି ବ୍ଲକ ପାନୀୟ ଜଳ ଓ ପରିମଳ ବିଭାଗ ଦାୟିତ୍ୱରେ ରହିଥିବା ସରକାରୀ ଯନ୍ତ୍ରୀ ଓ କର୍ମଚାରୀମାନଙ୍କର ଅପାରଗତା ଯୋଗୁଁ ଆଜି ପର୍ଯ୍ୟନ୍ତ ଆାମ ଉତରଶାସନ ଗ୍ରାମ ପଂଚାୟତ ୩ନଂ ଓାର୍ଡର ପଥରତୁ ଓ ଗୁଲି ବରଦାରେ ବସବାସ କରୁଥିବା ୮୦ ପରିବାର ଏଥିରୁ ବଂଚିତ ହୋଇରହିଛନ୍ତି ।
ତେବେ ଉକ୍ତ ପଥର ତୁଠ ଓ ଗୁଲିବରଦା ଲୋକଙ୍କୁ ଶୂଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୯ ଲକ୍ଷ ଟଙ୍କା ରୁ ଉଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ପାାଇପ ବିଛାଯିବା ସହ ଗାଁ ମୁଣ୍ଡରେ ଗୋଟିଏ କମ କ୍ଷମତା ସମ୍ପୁର୍ଣ୍ଣ ଛୋଟ ପାଣି ଟାଙ୍କି କରାଯାଇଛି । ୯ରୁ ଉର୍ଦ୍ଧ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ କରାଯାଇଛି । ଏହି ସବୁ କାମ ପ୍ରାୟ ୪ ମାସ ତଳୁ ସରିଥିବା ବେଳେ ଏପର୍ଯ୍ୟନ୍ତ ପାଣି ସେଠାରେ ପହଂଚି ପାରିଲା ନାହିଁ । କିମ୍ବା ସେଠଅକାର ଜନ ସାଧାରଣ ଶୁଦ୍ଧ ପାନୀୟ ଜଳ ପାଇ ପାରିଲେ ନାହିଁ । ଫଳରେ ଉକ୍ତ ଓାର୍ଡକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତହସିଲରୁ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଏକ ପ୍ରକାର ପାଣିରେ ପଡିବାକୁ ଯାଉଛି ।
ବର୍ତମାନ ଭିଷଣ ଖରା ଓ ଗରମରେ ଏବଂ କରୋନା ଭୂତାଣୁ ନ ବ୍ୟାପିବା ପାଇଁ ନିହାତି ଆବଶଶ୍ୟକ ଥିବା ଜଳର ସମସ୍ୟା ଦେଖା ଦେଇଛି । ତେବେ ପାଇପ ବିଛା କାର୍ଯ୍ୟ, ଛୋଟ ଟାଙ୍କି କାର୍ଯ୍ୟ, ଷ୍ଟାଣ୍ଡ ପୋଷ୍ଟ କାର୍ଯ୍ୟ ସରିଥିଲେ ମଧ୍ୟ ସେଠାକାର ଲୋକମାନଙ୍କ ପାଖରେ କାହିଁକି ପାନୀୟ ଜଲ ପହଂଚି ପାରୁନାହିଁ ତାହା ଜଣାପଡୁ ନଥିଲେ ମଧ୍ୟ ଲୋକମାନଙ୍କୁ ଶୁର୍ଦ୍ଧ ପାନୀୟ ଜଳ ଯୋଗାଇବା ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ପଣିଆକୁ ନେଇ ପ୍ରଶ୍ନବାଚି ଶୃଷ୍ଠି ହେବା ସହ ଏହାର ତଦନ୍ତ ଦାବି କରାଯାଇଛି ।