Odisha news

ଉତରଶାସନର ବିଭିନ୍ନ ସ୍ଥାନକୁ ବିଶୋଧିତ କରାଗଲା

0

ବିରିଡି, ୧୪ା୦୫ ; ସାମ୍ପ୍ରତିକ ପରିସ୍ଥିତିରେ ମହାମାରୀ କରୋନା ମୁକାବିଲା କରିବା ପାଇଁ ସରକାରୀ ବ୍ୟବସ୍ଥାର ସଦୁପଯୋଗ କରିବାା ସହ ଗ୍ରାମ ପଂଚାୟତର ଜନସାଧରାଣ ମଧ୍ୟରେ ସଚେତନତା ଶୃଷ୍ଠି କରି ବାସ୍ତବରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ନିଜର ଉତର ଦାୟିତ୍ୱ ନିର୍ବାହ କରୁଛନ୍ତି ବିରିଡି ବ୍ଲକ ଉତରଶାସନ ଗ୍ରାମ ପଂଚାୟତର ମହିଳା ସରପଂଚ ଶିଳ୍ପା ସାହୁ ।

ସେ ନିଜ ଦାୟିତ୍ୱରେ ପଂଚାୟତର ଜନଗହଳି ପୂଣ୍ଣ ସ୍ଥାନ ସମେତ ପଂଚାୟତରେ ଥିଭା ଇଣ୍ଡିଆନ ବ୍ୟାଙ୍କ ଶାଖା, ମହାବିର ମନ୍ଦିର, ଅଙ୍ଗନଓାର୍ଡି କେନ୍ଦ୍ର, ଆରଆଇ କାର୍ଯ୍ୟାଳୟ, ଆଖଣ୍ଡଳମଣୀ ମନ୍ଦିର, ମଧ୍ୟଶାସନର ପଣ୍ଡା ସାହି, ବ୍ଲକ, ଉତରଶାସନ ପଂଚାୟତ କାର୍ଯ୍ୟାଳୟ ସମେତ ହାଟ ବଜାର ଏବଂ ମହାବୀର ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା କ୍ୱରେନଟାଇନ ସେଂଟରକୁ ବିଶୋଧିତ କରାଯାଇଥିଲା ।

ପଂଚାୟତର ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତିଦିନ ଏହି ଭଳୀ ଗାଁ ଗାଁ ବୁଲି ଗାଁ କୁ ବିଶୋଧିତ କରାଯିବ ବୋଲି ସରପଂଚ ଶ୍ରୀ ସାହୁ କହିଛନ୍ତି । ସରପଂଚଙ୍କ ଏହି ମହତ କାର୍ଯ୍ୟକୁ ପଂଚାୟତବାସୀ ପ୍ରଶଂସା କରିଛନ୍ତି ।

Har Ghar Tiranga

Leave A Reply