ବେତନଟୀ : ଆଜି ବେତନଟୀ ଥାନା ଅଧୀନ ବାହାନଡା ଗ୍ରାମର ଶମ୍ଭୁ ସିଂଙ୍କ ଘରର ମାଟି କାନ୍ଥଟି ଭୁଷୁଡି ପଡି ପଡୋଶୀ ଶରତଚନ୍ଦ୍ର ପାତ୍ରଙ୍କ ଘରର କାନ୍ଥ ଉପରେ ପଡିବା ଫଳରେ ଶରତଙ୍କ ଘରର କାନ୍ଥଟି ମଧ୍ୟ ଭାଙ୍ଗି ପଡି ଥିଲା । ଏହି ସମୟରେ ଶରତଙ୍କ ପରିବାରର ପନôୀ ନନିବାଳା ପାତ୍ର, ପୁତ୍ରବୋଧୁ କୌଶଲ୍ୟା ପାତ୍ର, ଝୁନୁଲତା ପାତ୍ର, ନାତୁଣୀ ବନିତା ପାତ୍ର, କନ୍ୟା ସସ୍ମିତା ପାତ୍ର, ଗାୟତ୍ରୀ ପାତ୍ର ପ୍ରମୁଖ ଘରେ ଥିଲେ । ହଠାତ କାନ୍ଥ ପଡିବା ହେତୁ ନନିବାଳାଙ୍କ ଗୋଡରେ ଚୋଟ ଲାଗି ଥିଲା । ଅନ୍ୟ ମହିଳା ସଦସ୍ୟା ମାନଙ୍କର ହାତ, ଗୋଡ ଓ ଅନ୍ୟାନ ସ୍ଥାନରେ କାନ୍ଥର ଇଟା ପଡିବା ଫଳରେ ସେମାନେ ଆହତ ହୋଇ ଥିବାର ଜଣା ପଡିଛି ।
ଘଟଣା ପରେ ଶରତଙ୍କ ପୁତ୍ର ଜଗନ କୁମାର ପାତ୍ର ବେତନଟୀ ରାଜସ୍ୱ ନିରୀକ୍ଷକ, ସଠିଲୋ ସରପଞ୍ଚ ବିଜୟ କୁମାର ସିଂଙ୍କୁ ଘଟଣା ବାବଦରେ ଖବର ଦେଇ ଥିଲେ । ଏହା ଛଡା ଆହତ ମହିଳା ସଦସ୍ୟା ମାନଙ୍କର ଚିକିସôା କରାଇ ଥିଲେ । ଘଟଣା ବାବଦରେ ବେତନଟୀ ତହସିଲଦାରଙ୍କୁ ଅବଗତ କରିବା ପରେ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ । ବେତନଟୀ ରାଜସ୍ୱ ନିରୀକ୍ଷକ ପରିବାରକୁ ଏକ ପଲିଥିନର ସହାୟତା ଯୋଗାଇ ଦେଇ ଥିବାର ଜଣା ପଡିଛି । ତେବେ ଏହି ଘଟଣାକୁ ନେଇ ଉକ୍ତ ଦୁଇ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।